Site icon ଆଜିକାଲି

ବଢ଼ିଲା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ଗତବର୍ଷ ତୁଳନାରେ ୧୩% ବଢ଼ାଇ ଦେଇଛନ୍ତି ଆୟୋଜକ। ଆଗାମୀ ଅଷ୍ଟ୍ରେଲିଆନ ଓପନ ନିମନ୍ତେ ମୋଟ ପୁରସ୍କାର ରାଶି ୮୬.୫ ନିୟୁତ ଅଷ୍ଟ୍ରେଲିଆନ ଡଲାର ରଖାଯାଇଥିବା ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଛି।

ଅଷ୍ଟ୍ରେଲିଆନ ଓପନ ପୁରୁଷ ଓ ମହିଳା ସିଙ୍ଗଲ୍‌ସ ବିଜେତାଙ୍କୁ ପୁରସ୍କାର ରାଶି ବାବଦରେ ୩.୧୫୦ ନିୟୁତ ଅଷ୍ଟ୍ରେଲିଆନ ଡଲାର ମିଳିବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ଖେଳାଳି ୧ଲକ୍ଷ ୨୦ ହଜାର ଅଷ୍ଟ୍ରେଲିଆନ ଡଲାର, ଦ୍ବିତୀୟ ରାଉଣ୍ଡରେ ପରାସ୍ତ ଖେଳାଳି ୧ ଲକ୍ଷ ୮୦ ହଜାର ଅଷ୍ଟ୍ରେଲିଆନ ଡଲାର ପୁରସ୍କାର ପାଇବେ ବୋଲି ଟୁର୍ଣ୍ଣାମେଣ୍ଟ ନିର୍ଦେଶକ କ୍ରେଗ୍‌ ଟିଲେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆନ ଓପନରେ ଭାଗ ନେବାକୁ ଥିବା ଖେଳାଳିଙ୍କ ଆର୍ଥିକ ସ୍ଥିତି ଅଧିକ ସୁଦୃଢ଼ କରିବାକୁ ଆୟୋଜକଙ୍କ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଥିଲେ। ଆସନ୍ତା ଜାନୁଆରୀ ୧୪ରୁ ମେଲବୋର୍ଣ୍ଣ ପାର୍କରେ ଅଷ୍ଟ୍ରେଲିଆନ ଓପନ ଖେଳାଯିବ।

Exit mobile version