Site icon ଆଜିକାଲି

ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚନରେ ପ୍ରୋ-ଚାଇନା ପ୍ରାର୍ଥୀ ମହମ୍ମଦ ମୁଇଜଙ୍କ ବିଜୟ

ନୂଆଦିଲ୍ଲୀ: ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚନରେ ପ୍ରୋ-ଚାଇନା ପ୍ରାର୍ଥୀଙ୍କ ବିଜୟ । ବିରୋଧୀ ଦଳ ନେତା ମହମ୍ମଦ ମୁଇଜ୍‌ ୫୩ ପ୍ରତିଶତରୁ ଅଧିକ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି । ମୁଇଜ୍ ଚୀନ ସମର୍ଥିତ ପ୍ରାର୍ଥୀ ବୋଲି କୁହାଯାଉଛି, ଯିଏ ରାଷ୍ଟ୍ରପତି ନିର୍ବାଚନରେ ମାଳଦ୍ବୀପ ପିପିଏମ ପାର୍ଟିର ନେତା । ମହମ୍ମଦ ମୁଇଜ୍ ଭାରତ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ମହମ୍ମଦ ସୋଲିହ ପରାସ୍ତ କରିଛନ୍ତି । ମୁଇଜ୍ ବର୍ତ୍ତମାନ ଦେଶର ରାଜଧାନୀ ମାଲେ ସହରର ମେୟର ଅଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ମୁଇଜ୍‌ଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ମୋଦି ଟ୍ବିଟରେ ଲେଖିଛନ୍ତି, ମାଳଦ୍ବୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମହମ୍ମଦ ମୁଇଜ୍‌ଙ୍କୁ ଶୁଭକାମନା ବୋଲି କହିଛନ୍ତି । ଭାରତ-ମାଳଦ୍ବୀପ ଦ୍ବିପାକ୍ଷିକ ସମ୍ପର୍କ ଭଲ ରହିବା ସହିତ ଭାରତ ମହାସାଗର କ୍ଷେତ୍ରରେ ସହଯୋଗିତା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେହିପରି ରାଷ୍ଟ୍ରପତି ସୋଲିହ ମଧ୍ୟ ଟ୍ବିଟରେ ଶୁଭେଚ୍ଛା ସନ୍ଦେଶ ଦେଇଛନ୍ତି । ନିର୍ବାଚନରେ ମୁଇଜ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହିତ ମାଳଦ୍ବୀପ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ମହମ୍ମଦ ମୁଇଜ୍ ମଧ୍ୟରେ ସ୍ପଷ୍ଟ ଜନାଦେଶ ପାଇଁ ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Exit mobile version