Site icon ଆଜିକାଲି

ରାଜସ୍ଥାନ ଆଗରେ ୧୯୮ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଗୌହାଟୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌-୨୦୨୩)ରେ ବୁଧବାର ଗୌହାଟୀର ବର୍ଷାପାରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌ ମୁକାବିଲା ଜାରି ରହିଛି । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଛି ।

ଆଇପିଏଲ୍ ଇତିହାସରେ ପ୍ରଥମ ଥର ଗୌହାଟୀରେ ଆଇପିଏଲ୍ ମ୍ୟାଚ୍ ଖେଳା ଯାଉଛି। ଶିଖର ଧାଓ୍ଵନ ଏବଂ ପ୍ରଭସିମରନଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୭ ରନ କରିଛି। ଧାଓ୍ଵନ ୮୬ ରନର ଦମଦାର ଅପରାଜିତ ଇନିଂସ ଖେଳିଥିବା ବେଳେ ପ୍ରଭସିମରନ ୬୦ ରନ କରିଛନ୍ତି। ଜିତେଶ ଶର୍ମା ୨୭ ରନର ଯୋଗଦାନ ଦେଇଛନ୍ତି। ମ୍ୟାଚ୍ ଜିତିବା ପାଇଁ ରାଜସ୍ଥାନ ସମ୍ମୁଖରେ ରହିଛି ୧୯୮ ରନର ବିଜୟ ଲକ୍ଷ୍ୟ। ଯେଉଁ ଦଳ ଜିତିବ ଏହା ଆଇପିଏଲରେ ସେମାନଙ୍କର କ୍ରମାଗତ ଦ୍ଵିତୀୟ ବିଜୟ ହେବ।

Exit mobile version