Site icon ଆଜିକାଲି

ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ଟ୍ରେନ ଏପ୍ରିଲ୍ ପର୍ଯ୍ୟନ୍ତ ଚଳାଚଳ କରିବ

ନୂଆଦିଲ୍ଲୀ : ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ଯାତ୍ରା ପ୍ରାରମ୍ଭ କରୁଥିବା ବିଶେଷ ଟ୍ରେନ ଗୁଡିକର ସେବାକୁ ବୃଦ୍ଧି କରାଇବାକୁ ଏବଂ ଅଧିକ ସମୟ ଅବଧି ଚଳାଚଳ ପାଇଁ ନିମ୍ନଲିଖିତ ଭାବେ ନିଷ୍ପତ୍ତି ନିଆଯାଇଛି।

ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ ୨୭ ଏପ୍ରିଲ୍, ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି, ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଛାଡୁଥିବା ୦୮୪୪୦ ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ୨୮ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।

ପ୍ରତିଦିନ ପୁରୀ ଠାରୁ ଛାଡୁଥିବା ୦୨୮୩୨ ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ ୨୯ ଏପ୍ରିଲ, ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଧାନବାଦ୍ ଠାରୁ ପ୍ରତିଦିନ ଛାଡୁଥିବା ୦୨୮୩୧ ଧାନବାଦ୍-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।

ପାଟନା ଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା ୦୩୨୩୦ ପାଟନା-ପୁରୀ ବିଶେଷ ଟ୍ରେନ ୨୫ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି, ପୁରୀ ଠାରୁ ପ୍ରତ୍ୟକ ଶୁକ୍ରବାର ଦିନ ଛାଡୁଥିବା ୦୩୨୨୯ ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ ୨୬ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ବିଶେଷ ଟ୍ରେନ ପାଇଁ ସମୟ ସାରଣୀ ଓ ରହଣି ଷ୍ଟେସନ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ।

FacebookTwitterLinkedinWhatsapp
Exit mobile version