Site icon ଆଜିକାଲି

୨୦୨୪ ଲୋକସଭା ନିର୍ବାଚନ ପାଇଁ ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ : ଆସନ୍ତା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ ଶକ୍ତିର ସମନ୍ବୟ ଯାହା ହେଉନା କାହିଁକି ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ପାରମ୍ପାରିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ ବୋଲି ସେ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଏକ ବୈଠକରେ ପୁଟିନ୍‌ ଏହି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ରୁଷିଆ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୟୁକ୍ରେନର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି, ଅନେକ ଥର ମୁଁ ତାଙ୍କୁ ପରାମର୍ଶ ଦେଇଥିଲି ସେଠାରେ କିପରି ଚାଲିଛି ଏବଂ ମୁଁ ଜାଣେ ଯେ ସେ (ମୋଦି) ଯଥାସମ୍ଭବ ଉଦ୍ୟମ କରିବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ଶାନ୍ତିପୂର୍ଣ୍ଣ ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ।

Exit mobile version