Site icon ଆଜିକାଲି

କତାରରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ଭାରତୀୟଙ୍କୁ ବଡ଼ ଆଶ୍ୱସ୍ତି, ମୃତ୍ୟୁ ଦଣ୍ଡ ଉପରେ ରୋକ୍

ନୂଆଦିଲ୍ଲୀ : ଗୁଇନ୍ଦାଗିରି ଅଭିଯୋଗରେ କତାରରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି । କତାର କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି।ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ମଧ୍ୟ ଜାରି ରହିଛି।

କତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି-କ୍ୟାପ୍ଟେନ ନବତେଜ ସିଂ ଗିଲ୍, କ୍ୟାପ୍ଟେନ ସୌରଭ ବଶିଷ୍ଠ, କ୍ୟାପ୍ଟେନ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗ୍ନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତ, କମାଣ୍ଡର ନାଗପାଲ ଓ ସେଲର ରାଗେଶ । ଏହି ସମସ୍ତେ ଅବସର ପରେ କତାରର ଦୋହା ଗ୍ଲୋବାଲ୍ ଟେକ୍ନୋଲଜି ଆଣ୍ଡ କନସଲଟେନ୍ସି ନାମକ ଏକ କମ୍ପାନୀରେ କାମ କରୁଥିଲେ ।

ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ଅକ୍ଟୋବର ୨୬ରେ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଭାରତୀୟ ଦୂତାବାସକୁ ସେପ୍ଟେମ୍ୱର ମଧ୍ୟରେ ପ୍ରଥମ ଥର ପାଇଁ ଏହି ଗିରଫଦାରୀ ବିଷୟରେ କୁହାଯାଇଥିଲା ।

Exit mobile version