Site icon ଆଜିକାଲି

ରାଣୀ ଏଲିଜାବେଥଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲ୍ସ ହେବେ ବ୍ରିଟେନର ନୂଆ ରାଜା

ଲଣ୍ଡନ: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲ୍ସ ବ୍ରିଟେନର ନୂଆ ରାଜା ହେବେ । କିଙ୍ଗ୍ ଚାର୍ଲ୍ସ ତୃତୀୟ ନାମରେ ସେ ବ୍ରିଟେନ୍ ରାଜତନ୍ତ୍ରର କମାଣ ସମ୍ଭାଳିବେ । ତେବେ ଚାର୍ଲ୍ସଙ୍କ ଆନୁଷ୍ଠାନିକ ଅଭିଷେକ ବିଳମ୍ବ ହୋଇପାରେ |

ତାଙ୍କ ପିତା ରାଜା ଜର୍ଜ ଷଷ୍ଠଙ୍କ ଫେବୃଆରୀ ୬, ୧୯୫୨ରେ ଦେହାନ୍ତ ପରେ ଏଲିଜାବେଥ୍ ଦ୍ବିତୀୟଙ୍କ ରାଜ୍ୟାଭିଷେକ ପ୍ରାୟ ବର୍ଷେ ପରେ ଅର୍ଥାତ୍ ଜୁନ୍ ୨, ୧୯୫୩ରେ ହୋଇଥିଲା।

ରାଣୀଙ୍କ ମୃତ୍ୟୁ ପରେ ପାରମ୍ପରିକ ଭାବେ ବ୍ରିଟେନ ରାଜ ପରିବାରର ମୁଖ୍ୟ ବାସସ୍ଥାନ ବକିଙ୍ଗହମ୍ ପ୍ୟାଲେସ୍ ପ୍ରିନ୍ସ ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ କାମିଲାଙ୍କୁ ଯଥାକ୍ରମେ ରାଜା ଓ ରାଣୀ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। କିଙ୍ଗ ଚାର୍ଲ୍ସ ଏବଂ ରାଣୀ କାମିଲା ଶୁକ୍ରବାର ବାଲମୋରାଲ ଦୁର୍ଗରୁ ଲଣ୍ଡନ ଫେରିବେ ବୋଲି ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଏହା ପରେ ସେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ଏବଂ ରାଜ୍ୟାଭିଷେକ ପ୍ରସ୍ତୁତି ସହ ଜଡ଼ିତ ଔପଚାରିକତା ପୂରଣ କରିବେ |

ପ୍ରାୟ ୭୦ ବର୍ଷ କାଳ ଶାସନ କରିଥିବା ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଗୁରୁବାର ବାଲମୋରାଲରେ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା । ରାଣୀଙ୍କ ଦେହାନ୍ତ ପରେ ବ୍ରିଟେନ ସହ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଛି ।

Exit mobile version