Site icon ଆଜିକାଲି

ରାଘବ ଚଢ଼ା ରାଜ୍ୟସଭାରେ ଆପର ନେତା ନିଯୁକ୍ତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସଞ୍ଜୟ ସିଂହଙ୍କ ସ୍ଥାନରେ ଏହାର ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଦଳର ନେତା ଭାବେ ନିଯୁକ୍ତ କରିଛି।

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଲେଖିଥିବା ଏକ ପତ୍ରରେ, ଆପ୍ ଦଳର ନେତୃତ୍ୱ କହିଛନ୍ତି, ‘ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା’ ଥିବା ସ ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ରାଘବ ଚଢ଼ା ଏଣିକି ଉପର ସଦନରେ ଦଳର ନେତା ହେବେ। ଆପ୍ ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ସମ୍ପ୍ରତି ଦିଲ୍ଲୀ ମଦ ନୀତି ମାମଲାରେ ଜେଲରେ ଅଛନ୍ତି।

ରାଘବ ଚଢ଼ା ରାଜ୍ୟସଭାର କନିଷ୍ଠ ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ରାଜ୍ୟସଭାରେ ଦଳର ମୋଟ ୧୦ ଜଣ ସଦସ୍ୟ ଅଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ପରେ ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ଆପ୍ ରାଜ୍ୟସଭାରେ ଚତୁର୍ଥ ବୃହତ୍ତମ ଦଳ।

Exit mobile version