Site icon ଆଜିକାଲି

ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ଆକ୍ରମଣ କଲା କାଉ, ବିଜେପି କହିଲା…

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ଏକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ହଠାତ୍ ଏକ କାଉ ତାଙ୍କୁ ଆକ୍ରମଣ କରିଥିଲା। ଖୁବ୍ ଶୀଘ୍ର ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଇଥିଲା |

ଚଢ଼ାଙ୍କୁ କାଉ ଆକ୍ରମଣ କରିବାର ଭିଡ଼ିଓ ଭାଇରାଲ ହେବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କ ଭଲମନ୍ଦ ବିଷୟରେ ଜାଣିବାକୁ ଚାହିଁଥିଲେ । ଅନ୍ୟ ପକ୍ଷରେ ବିଜେପି ଏହି ଘଟଣାକୁ ନେଇ ଚଢ଼ାଙ୍କୁ ଉପହାସ କରିଥିଲା ।

ବିଜେପିର ଦିଲ୍ଲୀ ୟୁନିଟ୍ ରାଘବ ଚଢ଼ାଙ୍କ ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଥିଲା, “ଝୁଠ୍ ବୋଲେ କଓ୍ବା କାଟେ…”। ରାଘବ ଚଢ଼ା ସଂସଦ ଭିତରେ ଓ ବାହାରେ ବିଜେପିକୁ ସମାଲୋଚନା କରିଥାନ୍ତି । ସୋମବାର ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯିବା ପରେ ରାଘବ ଚଢ଼ା ବିଜେପିକୁ ପୁଣି ଟାର୍ଗେଟ କରିଥିଲେ ।

Exit mobile version