Site icon ଆଜିକାଲି

ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି ରାହୁଲ ଓ ଆଥିୟା

ହାଇଦ୍ରାବାଦ : ଖୁବଶୀଘ୍ର କ୍ରିକେଟର କେ ଏଲ ରାହୁଲ ଓ ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିବାହ ସ୍ଥାନ ବି ସ୍ଥିର ସରିଛି । ଅନେକ ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା ଯାହା ଉପରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି ।

କିଛି ଦିନ ତଳେ ଉଭୟ ତାଙ୍କ ସମ୍ପର୍କ ନେଇ ଫ୍ୟାନ୍ସଙ୍କୁ ଜଣାଇଥିଲେ । ଏହାପରେ ତାଙ୍କ ବିବାହକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିଲେ। ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଓ ଆଥିୟାଙ୍କ ବିବାହ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ନୁହେଁ ବରଂ ଖଣ୍ଡାଲାରେ ସୁନୀଲ ସେଟ୍ଟୀଙ୍କର ଥିବା ଜହାନ ବଙ୍ଗଳାରେ ଧୁମଧାମରେ ହେବ । ଏ ନେଇ ଭେଟେରାନ ଅଭିନେତା ସୁନୀଲ ସେଟ୍ଟୀ ସଙ୍କେତ ଦେଇଛନ୍ତି । କେବେଳ ବିବାହ ତାରିଖକୁ ଅପେକ୍ଷା । ବର୍ତ୍ତମାନ ଭାରତୀୟ କ୍ରିକେଟର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ସିରିଜରେ ବ୍ୟସ୍ତ ଅଛନ୍ତି । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ବ୍ୟସ୍ତ ଥିଲେ । ଆଗକୁ ମଧ୍ୟ କ୍ରିକେଟ ସିରିଜ ନେଇ ବ୍ୟସ୍ତ ରହିବେ। ଏହାକୁ ନଜରରେ ରଖି ବିବାହ ତାରିଖ ଘୋଷଣା କରାଯିବ ।

Exit mobile version