Site icon ଆଜିକାଲି

ସାଂସଦ ପଦ ରଦ୍ଦ ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଲୋକସଭାର ଗୃହ କମିଟି ଏନେଇ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛି। ରାହୁଲ ଦିଲ୍ଲୀର ୧୨ ତୁଗଲକ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରୁହନ୍ତି | ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଲୋକସଭାର ଗୃହ କମିଟି ନୋଟିସ୍ ଅନୁଯାୟୀ ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ।

ଚାରି ବର୍ଷ ତଳର ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ମାମଲାରେ ଗୁରୁବାର ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବ ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଏହାର ଦିନକ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ଲୋକସଭାରୁ ଅଯୋଗ୍ୟ ହେବାର ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ପ୍ରେସମିଟରେ କହିଥିଲେ ଯେ ସେ ସଂସଦର ରୁହନ୍ତୁ ଅବା ଜେଲରେ, ଗଣତନ୍ତ୍ର ପାଇଁ ସେ ଲଢ଼େଇ ଜାରି ରଖିବେ। ଏହାଛଡ଼ା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲ କହିଥିଲେ, ସଂସଦରେ ଆଦାନୀ ଉପରେ ତାଙ୍କ ଭାଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡରିଯାଇଥିଲେ । ଏହି ପ୍ରସଙ୍ଗରେ ସେ ଆହୁରି କିଛି ଖୁଲାସା କରିବେ ବୋଲି ମୋଦୀ ଛାନିଆ ହୋଇଯାଇଥିଲେ । ତେଣୁ ତାଙ୍କୁ ଲୋକସଭାରୁ ଅଯୋଗ୍ୟ କରିଦିଆଗଲା ।

Exit mobile version