Site icon ଆଜିକାଲି

ରାଏବରେଲି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ରାଏବରେଲି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଏବରେଲି ଗତ ଦୁଇ ଦଶନ୍ଧି ଧରି ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ରହିଆସିଛି। ତେବେ ସୋନିଆ ଚଳିତ ଥର ଲୋକସଭା ନିର୍ବାଚନ ଲଢୁ ନାହାଁନ୍ତି । ସେ ରାଜ୍ୟସଭା ଯିବାକୁ ଇଛା ପ୍ରକାଶ କରିବାରୁ ଏହି ଆସନରେ ରାହୁଲଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ନାମାଙ୍କନ ପତ୍ର ଦାଖଲ କରିବା ବେଳେ ରାହୁଲଙ୍କ ସହ ତାଙ୍କ ମାଆ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଏବଂ ତାଙ୍କ ସ୍ୱାମୀ ରବର୍ଟ ବାଦ୍ରା ମଧ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ହେଲିକପ୍ଟରରେ ଫୁରସତଗଞ୍ଜ ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା ତଥା ସ୍ଥାନୀୟ କର୍ମୀଙ୍କ ସହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଏହି ସମୟ ମଧ୍ୟରେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି (ଏସପି)ର ଜିଲ୍ଲା ସଭାପତି ବୀରେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ।

ରାଏବରେଲିରୁ ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହ ମଧ୍ୟ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଲୋକସଭା ଆସନ ପାଇଁ ମତଦାନ ମେ ୨୦ରେ ଅନୁଷ୍ଠିତ ହେବ।

Exit mobile version