Site icon ଆଜିକାଲି

ଦେଶ ବିରୋଧରେ କିଛି କହିନି : ରାହୁଲ

ନୂଆଦିଲ୍ଲୀ: ବ୍ରିଟେନରେ ଭାରତୀୟ ଗଣତନ୍ତ୍ର ଉପରେ ତାଙ୍କ ମନ୍ତବ୍ୟ ନେଇ ବିବାଦ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ସଂସଦରେ ପହଞ୍ଚିଛନ୍ତି । ରାହୁଲ କହିଛନ୍ତି ଯେ ସେ ଲଣ୍ଡନରେ ଭାରତ କିମ୍ବା ଦେଶର ସଂସଦ ବିରୋଧରେ କିଛି କହି ନାହାଁନ୍ତି।

ସେ କହିଛନ୍ତି, ଯଦି ବାଚସ୍ପତି ଅନୁମତି ଦିଅନ୍ତି ତେବେ ସେ ସଂସଦରେ ନିଜ କଥା ରଖିବେ ।

ରାହୁଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯଦି ମୁଁ ସଂସଦରେ କହିବାକୁ ସୁଯୋଗ ପାଏ, ତେବେ ମୁଁ ଯାହା ଭାବୁଛି ତାହା କହିବି। ମୋ’ ଭାଷଣକୁ ବିଜେପି ପସନ୍ଦ କରିବ ନାହିଁ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ତାଙ୍କୁ ସଂସଦରେ କହିବାକୁ ସୁଯୋଗ ନ ମିଳେ, ତେବେ ସେ ସଂସଦ ବାହାରେ ନିଜ କଥା ରଖିବେ।

ରାହୁଲ ତାଙ୍କ ବିଦେଶ ଗସ୍ତରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲେ । “ମୋଦୀ ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ନଷ୍ଟ କରୁଛନ୍ତି। ସେ ଭାରତ ଉପରେ ଏକ ଏମିତି ବିଚାର ଲଦୁଛନ୍ତି ଯାହାକୁ ଦେଶ ଗ୍ରହଣ କରିପାରିବ ନାହିଁ।”

ରାହୁଲଙ୍କ ଏପରି ବୟାନ ପାଇଁ ବିଜେପି ତାଙ୍କୁ ଟାର୍ଗେଟ୍ କରିଛି । ବିଦେଶୀ ମାଟିରେ ଦେଶ ବିରୋଧରେ କହୁଥିବା ଅଭିଯୋଗ କରି ଗୃହରେ ରାହୁଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରୁଛି ।

FacebookTwitterLinkedinWhatsapp
Exit mobile version