Site icon ଆଜିକାଲି

ସାଂସଦ ଭାବେ ଶପଥ ନେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ୧୮ମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳର ସଦସ୍ୟମାନେ ସାଂସଦମାନେ ଶପଥ ନେଇଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୮୦ ଜଣ ସାଂସଦ ଶପଥ ନେଇଥିଲେ। ମଙ୍ଗଳବାର ବାକି ସାଂସଦମାନେ ଶପଥ ନେଇଛନ୍ତି। ‌ଏହିକ୍ରମରେ ଆଜି କଂଗ୍ରେସ ଟିକେଟରୁ ରାଏବରେଲୀରୁ ରେକର୍ଡ ବିଜୟ ହାସଲ କରିଥିବା ରାହୁଲ ଗାନ୍ଧି ଶପଥ ନେଇଛନ୍ତି। ତେବେ ତାଙ୍କ ଶପଥ ନେବା ଅନ୍ଦାଜ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତାଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଛନ୍ତି। କିନ୍ତୁ ଶପଥ ପାଠ ବେଳେ ରାହୁଲ ଗାନ୍ଧି ନିଜ ହାତରେ ଭାରତର ସମ୍ବିଧାନକୁ ଧରିଥିଲେ। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସମ୍ବିଧାନ ଉପରେ ହମଲା କରୁଥିବା ଅଭିଯୋଗ କରୁଥିବା ରାହୁଲ ଶପଥ ପାଠ ବେଳେ ମଧ୍ୟ ଏହାକୁ ଧରିଥିଲେ।

Exit mobile version