Site icon ଆଜିକାଲି

ଦଣ୍ଡ ପାଇବାର ୧୧ ଦିନ ପରେ ସୁରଟ ଉପର କୋର୍ଟକୁ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସୁରଟରେ ପହଞ୍ଚି ଉପର କୋର୍ଟରେ ଆବେଦନ କରିବେ। ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ । ଏହି ମାମଲାରେ ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ରାହୁଲ ଗାନ୍ଧୀ ଆସନ୍ତାକାଲି ସୁରଟ ଯିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

୨୦୧୯ ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ରେ ସୁରତ ଜିଲା କୋର୍ଟ ରାହୁଲ୍‌ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଓ ୧୫୦୦୦ ଟଙ୍କା ଜାରିମାନା କରିଥିଲେ। ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇବା ପରେ ଲୋକସଭା ସାଂସଦ ପଦରୁ ରାହୁଲ୍‌ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ୍ ଲେନ୍ ରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମଧ୍ୟ ମିଳିଥିଲା। ରାହୁଲଙ୍କୁ ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିବାକୁ ୩୦ ଦିନ ସମୟ ଦିଆଯାଇଥିଲା ।

Exit mobile version