Site icon ଆଜିକାଲି

ଆମ୍‌‌ ଆଦମୀ ପାର୍ଟିକୁ ଭୋଟ ଦେବେ ରାହୁଲ ଗାନ୍ଧୀ

New Delhi, May 18 (ANI): Congress leader Rahul Gandhi addresses an election rally for the Lok Sabha polls, in New Delhi on Saturday. (ANI Photo/Mohd Zakir)

ନୂଆଦିଲ୍ଲୀ: ଆମ୍‌‌ ଆଦମୀ ପାର୍ଟି(ଆପ୍‌‌)କୁ ଭୋଟ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏଠାରେ ଆୟୋଜିତ ଏକ ବିଶାଳ ରାଲିରେ କହିଛନ୍ତି।

ନିର୍ବାଚନୀ ପ୍ରଚାର ସମୟରେ ରାହୁଲ କହିଥିଲେ, ‘ମୁଁ ଆସନ୍ତା ୨୫ ତାରିଖରେ ମତଦାନ ସମୟରେ ଆପ୍‌‌କୁ ଭୋଟ ଦେବି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ଭୋଟ ଦେବେ।’ ଉଲ୍ଲେଖ ଯେ, ଚଳିତ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ଲାଗି ବିରୋଧୀ ଦଳଗୁଡ଼ିକ ମିଶି ଇଣ୍ଡିଆ ବ୍ଲକ ମେଣ୍ଟ ଗଠନ କରିଛନ୍ତି। ବିଭିନ୍ନ ରାଜ୍ୟରେ ଦଳଗୁଡ଼ିକ ବୁଝାମଣା ଭିତ୍ତିରେ ଆସନ ଭାଗବାଣ୍ଟି ନିର୍ବାଚନ ଲଢ଼ୁଛନ୍ତି। ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ଆପ୍‌‌ ୪ଟିରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୩ଟିରେ ପ୍ରାର୍ଥୀ ଦେଇଛି। ଉଭୟ ଦଳ ବୁଝାମଣା ଭିତ୍ତିରେ ପ୍ରାର୍ଥୀ ଦେବା ସହିତ ନିର୍ବାଚନରେ ପରସ୍ପରକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି। ରାହୁଲ ରାଲିରେ ମଧ୍ୟ ଦୁଇ ଦଳର କର୍ମୀମାନଙ୍କୁ ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି।

ଋବିବାର ରାହୁଲ ନିଜ ଭାଷଣରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଥିଲେ। ରାହୁଲ କହିଥିଲେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିତର୍କ ପାଇଁ ଆହ୍ୱାନ କରୁଛନ୍ତି। ଯଦି ପ୍ରଧାନମନ୍ତ୍ରୀ ବିତର୍କ ପାଇଁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସେ ମାତ୍ର ୨ଟି ପ୍ରଶ୍ନ କରିବେ। ଗୋଟିଏ ହେଲା ଆଦାନୀଙ୍କ ସହିତ ତାଙ୍କର ସମ୍ପର୍କ କଣ ? ଏବଂ ଦ୍ୱିତୀୟ ପ୍ରଶ୍ନ ହେଉଛି ସେ କିପରି ନିର୍ବାଚନୀ ବଣ୍ଡ୍‌‌ର ଅପବ୍ୟବହାର କରୁଛନ୍ତି ? କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ରାହୁଲ କହିଥିଲେ।

Exit mobile version