Site icon ଆଜିକାଲି

ଦିଲ୍ଲୀରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ଆଜି ୧୦୮ ତମ ଦିନରେ ପହଞ୍ଚିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସକାଳ ପ୍ରାୟ ୬.୩୦ରେ ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଛି। ଅପରାହ୍ନ ୪.୩୦ରେ ଯାତ୍ରା ଲାଲ୍ କିଲାରେ ପହଞ୍ଚିବ । ଏଠାରେ ରାହୁଲ ଗାନ୍ଧୀ ଏକ ଭାଷଣ ଦେବେ ।

ଭାରତ ଯୋଡା ଯାତ୍ରାରେ ଭାଗ ନେଉଥିବା ଦଳର କର୍ମୀ ତଥା ନେତାମାନଙ୍କୁ ମାସ୍କ ପିନ୍ଧି ଆସିବାକୁ ଦିଲ୍ଲୀ କଂଗ୍ରେସ ନିର୍ଦ୍ଦେଶ ଦେଇଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ କୋଭିଡ୍-୧୯ ବାହାନାରେ କେନ୍ଦ୍ର ସରକାର ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ସବୁ କୋଭିଡ୍ ପ୍ରୋଟୋକଲ ପାଳନ କରୁଛୁ । ଭରତ ଯୋଡୋ ଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ମଧ୍ୟ ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ଭାରତ ଯୋଡ ଯାତ୍ରା ସେପ୍ଟେମ୍ବର ୭ରୁ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଏପର୍ଯ୍ୟନ୍ତ ୯ ଟି ରାଜ୍ୟ ଦେଇ ଆଗକୁ ବଢ଼ିଛି । ଏଥିମଧ୍ୟରେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣା ରହିଛି। ତେବେ ହରିୟାଣାରେ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରହିଛି। କିଛି ଦିନର ବିରତି ପରେ ଜାନୁଆରୀ ୩, ୨୦୨୩ରୁ ଏହି ଯାତ୍ରା ଆରମ୍ଭ ହେବ | ନୂଆ ବର୍ଷରେ ରାହୁଲଙ୍କ ଭାରତ ଯୋଡ ଯାତ୍ରା ଉତ୍ତର ପ୍ରଦେଶ, ହରିୟାଣା ସହ ପୁଣି ପଞ୍ଜାବ, ଜାମ୍ମୁ କାଶ୍ମୀରକୁ ଯିବ।

Exit mobile version