Site icon ଆଜିକାଲି

ପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ କାର୍ ଉପରକୁ ଟେକାମାଡ଼

ପାଟନା: ପଶ୍ଚିମବଙ୍ଗରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ମାଲଦାର ହରିଶ୍ଚନ୍ଦ୍ରପୁରରେ ରାହୁଲଙ୍କ ଗାଡ଼ି ଉପରକୁ ଟେକାମାଡ଼ ହୋଇଥିଲା । ଏଥିରେ ରାହୁଲ ଗାନ୍ଧୀଙ୍କ କାର୍ କାଚ ଭାଙ୍ଗି ଯାଇଛି। ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ଉପରେ ଟିଏମସି ପ୍ରତିକ୍ରିୟା ରଖିଛି । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଆକ୍ରମଣ ପାଇଁ ଶାସକ ଟିଏମସିଙ୍କୁ ଦାୟୀ କରିଛନ୍ତିି। ଚୌଧୁରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଟିଏମସି । ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା କାରଣରୁ ଏହି ଘଟଣା ଘଟିଛି ବୋଲି ଟିଏମସି କହିଛି ।

ଟେକାମାଡ଼ ଯୋଗୁଁ ରାହୁଲ ଗାନ୍ଧୀଙ୍କ କାରର ପଛ ଝରକା କାଚ ଭାଙ୍ଗି ଯାଇଛି। ତେବେ ରାହୁଲ ଗାନ୍ଧୀ ଆହତ ହୋଇନାହାଁନ୍ତି । ରାହୁଲ ଗାନ୍ଧୀ କାରରୁ ଓହ୍ଲାଇ ତାଙ୍କ କ୍ଷତିଗ୍ରସ୍ତ କାର୍ ଝରକା ଯାଞ୍ଚ କରୁଥିବା ଟିଭି ଫୁଟେଜରେ ଦେଖିବାକୁ ମିଳୁଛି । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିହାରରୁ ପଶ୍ଚିମବଙ୍ଗକୁ ଦ୍ବିତୀୟ ଥର ପ୍ରବେଶ କରୁଥିବାବେଳେ ମାଲଦାର ହରିଶ୍ଚନ୍ଦ୍ରପୁର ଠାରେ ରାହୁଲ ଗାନ୍ଧୀଙ୍କ କାର୍ ଉପରେ ଆକ୍ରମଣ ହୋଇଥିଲା।

Exit mobile version