Site icon ଆଜିକାଲି

ରେଳବାଇ ନିଯୁକ୍ତି ଦୁର୍ନୀତି : ସମନ ସତ୍ତ୍ବେ ସିବିଆଇ ଆଗରେ ହାଜର ହେବେନି ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ : ରେଳବାଇରେ ଚାକିରି ପାଇଁ ନିଯୁକ୍ତି ଦୁର୍ନୀତି ମାମଲାରେ ଜେରା ପାଇଁ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଶନିବାର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଛି । ତେବେ ତେଜସ୍ୱୀ ତାଙ୍କ ପତ୍ନୀଙ୍କ ଅସୁସ୍ଥତା କାରଣରୁ ସିବିଆଇ ସମ୍ମୁଖରେ ଆଜି ହାଜର ହେବେ ନାହିଁ ବୋଲି ଜଣାପଡ଼ିଛି ।

ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ ପରେ ତେଜସ୍ୱୀ ଯାଦବଙ୍କ ପତ୍ନୀଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଗର୍ଭବତୀ ଅଛନ୍ତି । ପ୍ରାୟ ୧୨ ଘଣ୍ଟା ପଚରଉଚରା ପରେ ବିପି ସମସ୍ୟା ଯୋଗୁଁ ସେ ଅଚେତ ହୋଇପଡିଥିଲେ ।

ସୂଚନା ଯେ, ରେଳବାଇ ନିଯୁକ୍ତି ‘ଘୋଟାଲା’ ମାମଲାରେ ଲାଲୁ ଯାଦବଙ୍କ ପରିବାରର ଅଡ଼ୁଆ ବଢିବାରେ ଲାଗିଛି । ସିବିଆଇ ପୂର୍ବରୁ ଲାଲୁ ଯାଦବ ଏବଂ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କୁ ପଚରାଉଚରା କରିଥିଲା। ଏଥିସହିତ ତେଜସ୍ୱୀ ଯାଦବଙ୍କୁ ସମନ ପଠାଯାଇଛି। ଏହି ମାମଲାରେ ଦ୍ୱିତୀୟ ଥର ପାଇଁ ତେଜସ୍ୱୀ ଯାଦବଙ୍କୁ ସିବିଆଇ ଡକାଇଛି।

Exit mobile version