Site icon ଆଜିକାଲି

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ : ୨୫ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ । ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ବଜ୍ରପାତ ଏବଂ ବିଜୁଳି ଯୋଗୁଁ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଶେଷ କରି ଲକ୍ଷ୍ନୌ, ଆଲିଗଡ଼, ମେରଟ, ଗୌତମ ବୁଦ୍ ନଗର ଓ ଗାଜିଆବାଦରେ ପ୍ରବଳ ବର୍ଷା ଯୋଗୁଁ ଆଜି ସ୍କୁଲ ବନ୍ଦ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।

ଗୋରଖପୁର ସ୍ଥିତ ରାପି ନଦୀରେ ଲଗାଣ ବର୍ଷାରେ ଏକ ଡଙ୍ଗା ବୁଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି । ସେହିପରି ରବିବାର ଦିନ ପ୍ରାୟ ୧୧ଟା ସମୟରେ ଗାଜିଆବାଦରେ ବର୍ଷା ହେତୁ ଏକ ଘର ଭୁଶୁଡ଼ି ଯାଇଥିଲା । ଯେଉଁଥିରେ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାର୍ଡୋଇରେ ବଜ୍ରପାତରେ ଦୁଇ ଚାଷୀ ପ୍ରାୟ ହରାଇଛନ୍ତି । ସେହିପରି ପାଲି ଥାନା ଅନ୍ତର୍ଗତ ରାମପୁର ମିଶ୍ର ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସୀତାପୁର ଜିଲ୍ଲାରେ ବଜ୍ରାଘାତରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଜଉନପୁର ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମହାରାଜପୁର ଅଞ୍ଚଳରେ ଏକ ଅସ୍ଥାୟୀ କାନ୍ଥ ଭୁଶୁଡ଼ି ୫ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ସେହିପରି ଦିବାଇ ଏବଂ ଉଦାସପୁର ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ବଳରାମପୁରରେ ଦୁଇ ଯୁବକ ବନ୍ୟା ପାଣିରେ ଭାସି ଯାଇଛନ୍ତି । ରାଜ୍ୟରେ ଅଦିନିଆ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ ଲାଗିରହିଛି । ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ଅନେକ ଗ୍ରାମ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ହାରାହାରି ୨୨.୫ ମିଲିମିଟିର ବର୍ଷା ରେକର୍ଡ କରାଯାଇଛି । ଅକ୍ଟୋବର ୧ ତାରିଖରୁ ରବିବାର ସୁଦ୍ଧା ରାଜ୍ୟରେ ୯୨.୩ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।

Exit mobile version