Site icon ଆଜିକାଲି

ଦ୍ଵିତୀୟ ଦିନିକିଆରେ ବର୍ଷା ବାଧକ : ବ୍ୟାଟିଂ କରୁଛି ଭାରତ

ହାମିଲଟନ୍‌ : ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିନିକିଆ । ନ୍ୟୁଜିଲାଣ୍ଡର ହାମିଲଟନ୍‌ର ସିଡେନ୍‌ ପାର୍କରେ ଏହି ମ୍ୟାଚ ଖେଳାଯିବ । ଭାରତ ପାଇଁ ଶେଷ ସୁଯୋଗ । ପ୍ରଥମ ଦିନିକିଆରେ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ଏବେ ଟାର୍ଗେଟ ଦ୍ଵିତୀୟ ଦିନିକିଆ । ଦିନିକିଆ ସିରିଜ୍‌କୁ କମ୍‌ବ୍ୟାକ୍‌ କରିବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍‌ ଜିତିବାକୁ ହେବ ।

ଦ୍ଵିତୀୟ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଛି । ଓପନର ଶିଖର ଧାଓ୍ୱନ ଓ ଶୁଭମନ୍‌ ଗିଲ୍‌ ପଡିଆକୁ ଓହ୍ଲାଇଛନ୍ତି । ପୂର୍ବ ମ୍ୟାଚ୍‌ ପରି ଉଭୟ ଅତି ରକ୍ଷଣାତ୍ମକ ଭାବେ ବ୍ୟାଟିଂ କରୁଛନ୍ତି । ଉଭୟ ୪.୫ ଓଭର ଖେଳି ୨୨ ରନ୍‌ ସଂଗ୍ରହ କରିଛନ୍ତି । ସେଥିରେ ଶିଖର ଧାଓ୍ୱନଙ୍କ ବ୍ୟକ୍ତିଗତ ୨ରନ୍‌ ଥିବା ବେଳେ ଶୁଭ୍‌ମନ ଗିଲ୍‌ଙ୍କ ୧୯ ରନ୍‌ ରହିଛି । ହେଲେ ବର୍ଷା ସାଜିଛି ପୁଣି ବାଧକ । ବର୍ଷା ପାଇଁ ଖେଳକୁ ୪.୫ ଓଭରରେ ସ୍ଥଗିତ ରଖାଯାଇଛି । ବର୍ଷା ଛାଡିବା ପରେ ପୁଣି ଥରେ ଖେଳ ଆରମ୍ଭ ହେବ ।

ସେପଟେ ପ୍ରଥମ ଦିନିକିଆ ଜିତି ପୁରା ଜୋଶ୍‌ରେ ଅଛି ଘରୋଇ କିଓ୍ୱି ଟିମ୍‌ । ପ୍ରଥମ ଦିନିକିଆରେ ଭାରତୀୟ ଟିମ୍‌ ୫୦ ଓଭରରେ ୩୦୦ରୁ ଅଧିକ ରନ୍‌ କରିଥିଲେ ବି ବିଜୟୀ ହୋଇପାରିନଥିଲା । ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ପାରିନଥିଲା ଭାରତୀୟ ବୋଲିଂ ଲାଇନ୍‌ଅଫ୍‌ । ଶେଷରେ ପ୍ରଥମ ଦିନିକିଆରେ ଧରାଶାୟୀ ହୋଇଥିଲା ଟିମ୍‌ ଇଣ୍ଡିଆ । ଦିନିକିଆ ସିରିଜ୍‌ରେ ଏବେ ଘରୋଇ ଟିମ୍‌ ୧-୦ରେ ଆଗୁଆ ରହିଛି ।

Exit mobile version