Site icon ଆଜିକାଲି

କ୍ରିକେଟର ଋଷଭଙ୍କୁ ଭେଟିଲେ ରାଇନା, ହରଭଜନ ଏବଂ ଶ୍ରୀସନ୍ଥ

ମୁମ୍ବାଇ : ଦୁର୍ଘଟଣା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ । ଏହାରି ମଧ୍ୟରେ ପନ୍ତଙ୍କୁ ଭେଟିଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା, ହରଭଜନ ସିଂହ ଓ ଏସ୍‌, ଶ୍ରୀସନ୍ଥ ।

ସୂଚନା ଯେ, ଗତ ବର୍ଷ ଡିସେମ୍ବର ମାସରେ ଭାରତୀୟ ଦଳର ଓ୍ୱିକେଟ କିପର ତଥା ବ୍ୟାଟସମ୍ୟାନ୍‌ ରିଷଭ ପନ୍ତ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଫଳରେ ତାଙ୍କ ଆଣ୍ଠୁ ଅପରେସନ ହୋଇଥିଲା । ଦୁର୍ଘଟଣା ପରଠୁ ରିଷଭ ପନ୍ତ କ୍ରିକେଟ୍‌ଠୁ ଦୂରରେ ଅଛନ୍ତି । ଚିକିତ୍ସା ପରେ ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେବେ ରିଷଭଙ୍କ ଏହି କଠିନ ପରିସ୍ଥିତିରେ ସାଥୀ ଏବଂ ପୂର୍ବତନ ଖେଳାଳିମାନେ ଭେଟିବାକୁ ଯାଉଛନ୍ତି । ଏହିକ୍ରମରେ ରବିବାର ଦିନ କ୍ରିକେଟର ହରଭଜନ ସିଂହ, ସୁରେଶ ରାଇନା ଓ ଏସ୍‌, ଶ୍ରୀସନ୍ଥ ଭେଟିଛନ୍ତି ।

Exit mobile version