Site icon ଆଜିକାଲି

ଦିଲ୍ଲୀକୁ ୫୭ରନରେ ହରାଇଲା ରାଜସ୍ଥାନ

ଗୌହାଟୀ : ଆଇପିଏଲ-୨୦୨୩ର ୧୧ ତମ ମ୍ୟାଚରେ ଶନିବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ସହଜ ବିଜୟ ହାସଲ କରିଛି। ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଧାର୍ଯ୍ୟ ୨୦୦ ରନ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ଓ୍ବିକେଟରେ ୧୪୨ ରନ କରିଥିଲା।

ରାଜସ୍ଥାନ ଦ୍ବାରା ରଖାଯାଇଥିବା ୨୦୦ ରନର ଟାର୍ଗେଟର ଜବାବରେ ଦିଲ୍ଲୀ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୨ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ନର ସର୍ବାଧିକ ୬୫ରନ କରିଥିବାବେଳେ ଲଲିତ ଯାଦବ ୩୮ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲଟ ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଜୟସ୍ବାଲ ଓ ବଟଲର ଆରମ୍ଭରୁ ହିଁ ଆତସି ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ବାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ । ଜୟସ୍ବାଲ ୬୦ରନ କରି ଆଉଟ ହୋଇଥିବାବେଳେ ବଟଲର ନିଜର ବ୍ୟାଟିଂ ଜାରି ରଖି ୭୯ରନ କରିଥିଲେ । ଶେଷ ବେଳକୁ ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୯ରନ କରିଥିଲେ । ତେବେ ଅଧିନାୟକ ସଂଜୁ ସାମସନ ଓ ରିୟାନ ପରାଗ ବିଫଳ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Exit mobile version