Site icon ଆଜିକାଲି

ଆଇପିଏଲରେ ଆଜି ରାଜସ୍ଥାନ-ପଞ୍ଜାବ ଟକ୍କର : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ଧର୍ମଶାଳା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଶୁକ୍ରବାର ଖେଳାଯିବ ୬୬ତମ ଲିଗ୍‌ ମ୍ୟାଚ୍ । ଧର୍ମଶାଳାରେ ରୟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ ମଧ୍ୟ ବିଜୟ ସହ ଅଭିଯାନ ଶେଷ କରିବାକୁ ପ୍ରୟାସ କରିବେ । ଏହି ମ୍ୟାଚରେ ଟସ ଜିତି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।

ଏହି ସିଜନରେ ଉଭୟ ଦଳର ଶେଷ ଲିଗ ମ୍ୟାଚ। ଏ ପର୍ଯ୍ୟନ୍ତ ୧୩-୧୩ ମ୍ୟାଚରେ ପଞ୍ଜାବ ଏବଂ ରାଜସ୍ଥାନ ୬-୬ ମ୍ୟାଚ ଜିତିଛି । ଗୋଟିଏ ପ୍ରକାରେ, ଏହି ମ୍ୟାଚ ଏକ ଭର୍ଚୁଆଲ କ୍ୱାର୍ଟର ଫାଇନାଲ ଭାବରେ ଦେଖାଯାଉଛି। ତେବେ ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ, ସେ ପ୍ଲେ ଅଫ ଦୌଡ଼ରେ ରଖିବ। ଆଇପିଏଲର ଏହି ସିଜନରେ ଦ୍ୱିତୀୟ ଥର ପାଇଁ ଉଭୟ ଦଳ ମଧ୍ୟରେ ସଂଘର୍ଷ ହେବ। ଶେଷ ମ୍ୟାଚରେ ପଞ୍ଜାବ ଦଳ ୫ ରନରେ ଜିତିଥିଲା।

Exit mobile version