Site icon ଆଜିକାଲି

ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପଞ୍ଜାବ

ଗୌହାଟୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌-୨୦୨୩)ରେ ବୁଧବାର ଗୌହାଟୀର ବର୍ଷାପାରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗସ୍‌ । ସନ୍ଧ୍ୟା ୭ଟା ୩୦ମିନିଟ୍‌ ସମୟରେ ଖେଳାଯିବ ଏହି ମ୍ୟାଚ୍‌ । ଏଥିରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବା ପଞ୍ଜାବ ।

ପୂର୍ବରୁ ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତି ସାରିଛନ୍ତି । ଫଳରେ ଏହି ମ୍ୟାଚ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ । ଉଭୟ ଦଳରେ ଜବରଦସ୍ତ ବ୍ୟାଟର ଅଛନ୍ତି। ତେଣୁ ବୁଧବାର ମ୍ୟାଚ୍‌ ଏକ ହାଇସ୍କୋରିଂ ଗେମ୍‌ ଦେଖିବାକୁ ମିଳିବ । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଜୋସ ବଟଲର, ଜସଶ୍ୱୀ ଜୈସ୍ୱାଲ ଓ ସଞ୍ଜୁ ସାମସନ ଧୂଆଁଧାର ବ୍ୟାଟିଂ କରିଥିଲେ । ଗତ ମ୍ୟାଚରେ ସ୍ପିନରମାନେ ସନରାଇଜର୍ସ ବ୍ୟାଟରଙ୍କୁ ଅଟକାଇବାରେ ସଫଳ ହୋଇଥିଲେ । ରୟାଲ୍ସ ଏହି ମ୍ୟାଚ୍‌କୁ ୭୨ ରନ୍‌ରେ ଜିତିଥିଲା । ରୟାଲ୍ସ ବ୍ୟାଟରମାନଙ୍କୁ ଅଟକାଇବା ପାଇଁ ପଞ୍ଜାବ କିଙ୍ଗ୍‌ସ ମଧ୍ୟ ପ୍ରସ୍ତୁତି କରିଛି । ଅଭିଜ୍ଞ କାଗିସୋ ରାବାଡା ଇତି ମଧ୍ୟରେ ଦଳ ସହ ଯୋଗ ଦେଇସାରିଛନ୍ତି । ତାଙ୍କ ଉପସ୍ଥିତି ପଞ୍ଜାବ କିଙ୍ଗ୍‌ସର ବୋଲି ବିଭାଗ ସୁଦୃଢ କରିବ । ବିଶେଷ କରି ବଟଲର ଓ ରାବାଡାଙ୍କ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ଶ୍ରେଷ୍ଠ ଏକାଦଶ ନେଇ ପଡିଆକୁ ଓହ୍ଲାଇବ । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ପୁନର୍ବାର ଲାଏମ ଲିଭିଙ୍ଗଷ୍ଟୋନଙ୍କ ବିନା ଖେଳିବ । ତଥାପି ଦ୍ରୁତ ରନ୍‌ ସଂଗ୍ରହ କରିବା ପାଇଁ ଭାନୁକା ରାଜାପାକ୍ସା, ସାମ କୁରାନ, ସିକନ୍ଦର ରାଜା ଓ ଜିତେଶ ଶର୍ମାଙ୍କ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ଦଳର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । ଅର୍ଶଦୀପ, କୁରାନ ଓ ରାବାଡାଙ୍କୁ ନେଇ ଗଠିତ ପେସ୍‌ ବାହିନୀ ବିପର୍ଯ୍ୟୟ ଘଟାଇବାକୁ ଅପେକ୍ଷା କରିଛନ୍ତି ।

ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜୈସ୍ୱାଲ୍‌, ଜୋସ୍‌ ବଟଲର, ସଞ୍ଜୁ ସାମ୍‌ସନ୍‌ (ଅଧିନାୟକ), ଦେବଦତ୍ତ ପଡିକଲ, ସିମରନ୍‌ ହେତମେୟର, ରିୟାନ ପରାଗ, ଜାସନ ହୋଲ୍ଡର, ଆର୍‌, ଅଶ୍ୱିନୀ, ଟ୍ରେଣ୍ଟ ବୋଲ୍ଟ, ଜେଏମ୍‌ ଆସିଫ୍‌, ୟୁଜବେନ୍ଦ୍ର ଚହଲ

ପଞ୍ଜାବ କିଙ୍ଗସ୍‌ : ପ୍ରଭ ସିମ୍‌ରନ୍‌ ସିଂହ, ଶିଖର ଧାଓ୍ୱନ (ଅଧିନାୟକ), ଭାନୁକା ରାଜପକ୍ଷ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ସିକନ୍ଦର ରାଜା, ସାମ୍‌ କୁମାନ୍‌, ଶାହାରୁଖ୍‌ ଖାନ୍‌, ହରପ୍ରୀତ୍‌ ବ୍ରାର, ରାହୁଲ୍‌ ଚହଲ, ଅର୍ଶଦୀପ ସିଂହ, ନାଥନ ଏଲିସ୍।

Exit mobile version