Site icon ଆଜିକାଲି

ରାଜସ୍ଥାନର ଦ୍ବିତୀୟ ବିଜୟ, ୧୨ ରନରେ ହାରିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ବିଜୟୀ । ଆଇପିଏଲର ୯ମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ରିଆନ ପରାଗଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ୪୫ଟି ବଲରୁ ୭ଟି ଚୌକା ଓ ୬ଟି ଚୌକା ସହାୟତାରେ ଅପରାଜିତ ୮୪ ରନ କରିଥିବା ରିଆନ ପରାଗ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟରେ ୧୮୫ ରନ କରିଥିଲା । ଜବାବରେ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୭୩ ରନ କରିଥିଲା । ବିଜୟୀ ରାଜସ୍ଥାନ ପକ୍ଷରୁ ନାନ୍ଦ୍ରେ ବର୍ଜର ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏ ୱିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଓ କୋଲାକାତା ନାଇଟ ରାଇଡର୍ସ ।

Exit mobile version