Site icon ଆଜିକାଲି

ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ରିଲିଜ୍‌ ଦିନ ଏହି ସହରରେ ବନ୍ଦ ରହିବ ଅଫିସ୍‌, କର୍ମଚାରୀଙ୍କୁ ମିଳିବ ଫ୍ରି ଟିକେଟ୍

ମୁମ୍ଵାଇ : ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତ। ତାଙ୍କ ଅଭିନୀତ ଫିଲ୍ମ ‘ଜେଲର’ର ସାରା ବିଶ୍ଵରେ ଅଗଷ୍ଟ ୧୦ ତାରିଖ ଦିନ ରିଲିଜ୍‌ ହେବ । ପ୍ରଶଂସକମାନେ ତାଙ୍କ ଫିଲ୍ମର ଟ୍ରେଲର ଦେଖିବା ପରେ ଖୁବ୍‌ ଉତ୍ସାହିତ ଅଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମର ରିଲିଜ୍‌ ଦିନ ଅର୍ଥାତ୍‌ ୧୦ ତାରିଖରେ ଚେନ୍ନାଇ ଏବଂ ବାଙ୍ଗାଲୋରର କାର୍ଯ୍ୟାଳୟଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଏକ ଅଦ୍ଭୁତ ଉପହାର ଦେଇଛନ୍ତି । ସେହିଦିନ ଚେନ୍ନାଇ ଏବଂ ବାଙ୍ଗାଲୋରର ଅନେକ କାର୍ଯ୍ୟାଳୟ ଛୁଟି ରହିବ।

କେବଳ ଏତିକି ନୁହେଁ ଅନେକ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ମାଗଣା ଜେଲର ଟିକେଟ ମଧ୍ୟ ଦିଆଯାଇଛି। ରଜନୀକାନ୍ତ ୨ ବର୍ଷ ପରେ ପରଦାରେ ଏକ ଧମାଲ ଏଣ୍ଟ୍ରି କରୁଛନ୍ତି। ତାଙ୍କୁ ଫିଲ୍ମ ଜେଲର ପୁରା ଆକ୍ସନ୍ ମୋଡ୍ ରେ ଦେଖିବାକୁ ମିଳିବ। ଥାଲାଇଭାର ଏହି ଫିଲ୍ମ ଆକ୍ସନ୍ ପ୍ୟାକ୍ ହୋଇଥିବାରୁ ଚେନ୍ନାଇ ଏବଂ ବାଙ୍ଗାଲୋରର ଅନେକ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି। ସୋସିଆଲ ମିଡିଆରେ କିଛି କମ୍ପାନୀର ନୋଟିସ ଭାଇରାଲ ହେଉଛି। କୁହାଯାଉଛି ଯେ ଛୁଟିଦିନ ପାଇଁ ଆବେଦନ କରିବା ଦରକାର ନାହିଁ ଏଚଆର ଛୁଟି ନିଜେ ଜେଲର ଫିଲ୍ମ ପାଇଁ ଘୋଷଣା କରିଛନ୍ତି। ଏହା ସହିତ କର୍ମଚାରୀମାନଙ୍କୁ ଫିଲ୍ମର ମାଗଣା ଟିକେଟ୍ ମଧ୍ୟ ଦିଆଯିବ । ହେଲେ ବିଜ୍ଞପ୍ତିଗୁଡିକ କେତେ ସଠିକ୍, ଏହା କମ୍ପାନୀ ଦ୍ୱାରା ନିଶ୍ଚିତ ହୋଇନାହିଁ ।

ଏହା ସର୍କୁଲାରରେ ଆହୁରି ଲେଖାଯାଇଛି ଯେ ଆମେ ୟୁନା ଆକୁଆର କର୍ମଚାରୀମାନଙ୍କ ପାଇଁ ମାଗଣା ଟିକେଟ୍ ମଧ୍ୟ ଦେବୁ । ରଜନୀକାନ୍ତ ହେଉଛନ୍ତି ଆମର ଜେଜେବାପା, ଆମ ପିତା, ଆମ ପିଢି, ଆମ ପୁଅ ଏବଂ ଏପରିକି ନାତିଙ୍କ ପିଢିର ଏକମାତ୍ର ‘ସୁପରଷ୍ଟାର’। କହିବାକୁ ଗଲେ ଆଗାମୀ ଚଳଚ୍ଚିତ୍ର ଜେଲର ହେଉଛି ରଜନୀକାନ୍ତଙ୍କ ୧୬୯ ତମ ଚଳଚ୍ଚିତ୍ର । ଏହି କାରଣରୁ, ଚଳଚ୍ଚିତ୍ରର ନାମ ପୂର୍ବରୁ ଥାଲାଇଭା ୧୬୯ ରଖାଯାଇଥିଲା । ପରେ ଫିଲ୍ମର ନାମ ଜେଲର ଭାବରେ ପରିବର୍ତ୍ତନ କରାଯାଇଥିଲା ।

Exit mobile version