Site icon ଆଜିକାଲି

ପଞ୍ଚଭୂତରେ ଲୀନ ହେଲେ ରାଜୁ ଶ୍ରୀବାସ୍ତବ


ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇଛନ୍ତି କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଗୁରୁବାର ଦିଲ୍ଲୀର ନିଗମବୋଧ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଭାଇ ଓ ପୁଅ ରାଜୁ ଶ୍ରୀବାସ୍ତବଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ସହ ହାସ୍ୟାଭିନେତା ସୁନୀଲ ପାଲ, ଏହସାନ କୁରେଶୀ, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ରହି ତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ । ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ଯାତ୍ରା ଆଜି ସକାଳ ୯:୩୦ରେ ତାଙ୍କ ଭାଇଙ୍କ ଘର ଦିଲ୍ଲୀର ଦ୍ୱାରକା ଠାରୁ ଆରମ୍ଭ ହୋଇଥିଲା । ଏଥିରେ ସେଲିବ୍ରିଟିଙ୍କ ସହ ବହୁ ସଂଖ୍ୟାରେ ରାଜୁଙ୍କ ପ୍ରଶଂସକ ମଧ୍ୟ ସାମିଲ ହୋଇଥିଲେ ।

ଦେଢ଼ ମାସରୁ ଅଧିକ ଦିନ ଧରି ସଂଘର୍ଷ ପରେ ବୁଧବାର ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା । ଅଗଷ୍ଟ ୧୦ରେ ବ୍ୟାୟାମ କରୁଥିବାବେଳେ ସେ ହୃଦଘାତର ଶିକାର ହୋଇଥିଲେ । ତା’ ପରଠୁ ଏହି କମେଡି କିଙ୍ଗ୍ ୪୨ ଦିନ ଧରି ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ ।

Exit mobile version