Site icon ଆଜିକାଲି

ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂଙ୍କୁ ଇଡି ସମନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଡିସେମ୍ବର ୧୯ରେ ଇଡି ଏହି ମାମଲାରେ ରକୁଲ୍ ପ୍ରୀତଙ୍କୁ ଜେରା କରିବ। ଏହି ମାମଲାରେ ଇଡି ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଜେରା କରିସାରିଛି ।

ରକୁଲ ପ୍ରୀତଙ୍କ ସହ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିତ ରେଡ୍ଡୀ ହିଁ ବିଜେପି ବିରୋଧରେ ବିଆରଏସ୍ ବିଧାୟକଙ୍କୁ କିଣିବା ଉଦ୍ୟମ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ତିନି ଦିନ ତଳେ ରେଡ୍ଡୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ରୋହିତ ରେଡ୍ଡୀ ଅନ୍ୟ ଦୁଇଜଣଙ୍କ ସହ ତିନି ବର୍ଷ ତଳେ ବେଙ୍ଗାଲୁରୁରେ ଜଣେ ଫିଲ୍ମ ସେଲିବ୍ରିଟିଙ୍କ ଦ୍ୱାରା ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ ।‌‌ ସେଠାରେ ଡ୍ରଗ୍ସ ସେବନ କରାଯାଇଥିବା ଅଭିଯୋଗ ହୋଇଥିଲା।

Exit mobile version