Site icon ଆଜିକାଲି

ସେନାରେ ମହିଳା ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ଆଜିଠୁ ୧୧ ତାରିଖ ଯାଏଁ ରାଲି

ପୁଣେ : ସେନାରେ ମହିଳା ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆାରମ୍ଭ ହୋଇଛି। ପୁଣେର ଖଡକି ସ୍ଥିତ ବିଇଜି କେନ୍ଦ୍ରରେ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଲି ଆୟୋଜନ କରାଯିବ। ଏହି ନିଯୁକ୍ତି ସେନା ପୋଲିସ୍ ପାଇଁ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁଯାୟୀ, ରାଲିର ମୁଖ୍ୟ ଉଦ୍ଦେଶ୍ୟ ମହାରାଷ୍ଟ୍ର, ଗୁଜରାଟ, ଗୋଆ ଏବଂ ଦାମନର ମହିଳାଙ୍କୁ ସେନାରେ ନିଯୁକ୍ତି କରାଯିବା ସହ ଦେଶର ସେବା ପାଇଁ ସୁଯୋଗ ଦେବା।

ବିଜ୍ଞପ୍ତି ଅନୁଯାୟୀ, ସମ୍ଭାବିତ ଆଶାୟୀଙ୍କ ପରବର୍ତ୍ତୀ ତିନି ଚାରି ଦିନ ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ଆଶାୟୀଙ୍କୁ ଶାରୀରିକ, ମେଡିକାଲ୍ ଟେଷ୍ଟ ଏବଂ ସାଧାରଣ ପ୍ରବେଶ ପରୀକ୍ଷା ଦେବାକୁ ପଡିବ। ଶାରୀରିକ ଏବଂ ମେଡିକାଲ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ଆଶାୟୀ ଲିଖିତ ପରୀକ୍ଷା ଦେଇ ପାରିବେ। ଅନ୍ତିମ ଚୟନ ମେଧା ତାଲିକା ଅନୁସାରେ କରାଯିବ। ଏହା ପରେ ଆଶାୟୀଙ୍କୁ ଭାରତୀୟ ସେନାରେ ସେନା ପୋଲିସ୍‌ ଅଗ୍ନିବୀରରେ ନିଯୁକ୍ତି ପାଇଁ ଡକାଯିବ।

Exit mobile version