Site icon ଆଜିକାଲି

୨୧ ଦିନିଆ ପାର୍‌ଲୋରେ ଜେଲରୁ ବାହାରିଲେ ରାମ ରହିମ

ରୋହତକ : ଜେଲରୁ ବାହାରିଲେ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବାବା ରାମ ରହିମ। ରାଜ୍ୟ ସରକାର ତାଙ୍କୁ ୨୧ ଦିନିଆ ପାର୍‌ଲୋ ଦେଇଛନ୍ତି। ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମକୁ ନେଇ ୟୁପିର ବର୍‌ନାୱା ଆଶ୍ରମ ଚାଲି ଯାଇଛନ୍ତି।

ଗୋଟିଏ ଗାଡ଼ିରେ ହନିପ୍ରୀତଙ୍କ ବ୍ୟତୀତ ଚାଳକ ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ ଗାଡ଼ିରେ ଡ୍ରାଇଭର ପ୍ରୀତମ, ଆଇନଜୀବୀ ହର୍ଷ ଆରୋରା ଏବଂ ଡକ୍ଟର ପିଆର ନୈନ ଥିଲେ। ପୁଲିସର ସୁରକ୍ଷା ବଳୟରେ ରାମ ରହିମଙ୍କୁ ଜେଲରୁ ୟୁପି ନିଆଯାଇଛି।

Exit mobile version