Site icon ଆଜିକାଲି

ମହିଳାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପରେ କ୍ଷମା ମାଗିଲେ ରାମଦେବ

ନୂଆଦିଲ୍ଲୀ: ମହିଳାଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ଯୋଗୁ ବିବାଦରେ ଫସିଥିବା ଯୋଗଗୁରୁ ବାବା ରାମଦେବ କ୍ଷମା ମାଗିଛନ୍ତି । ରାମଦେବ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ରୂପାଲୀ ଚାକଣକରଙ୍କୁ ଏନେଇ ଇମେଲ ପଠାଇଛନ୍ତି । କିନ୍ତୁ ତାଙ୍କ ଟିପ୍ପଣୀକୁ ଭୁଲ ଭାବେ ବ୍ୟାଖା କରାଯାଇଥିବା ରାମଦେବ କହିଛନ୍ତି । ମହିଳାଙ୍କୁ ଅପମାନିତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ମଧ୍ୟ କହିଛନ୍ତି ।

ବାବା ରାମଦେବ ଆହୁରି କହିଛନ୍ତି ଯେ, ମୋ ମନରେ ମାତୃଶକ୍ତି ପାଇଁ ସବୁଠୁ ଅଧିକ ସମ୍ମାନ ରହିଛି । ମୋ ଟିପ୍ପଣୀ ଧଳା ଲୁଗା ପାଇଁ ଥିଲା । ଯଦି ଏହାଦ୍ୱାରା କାହାକୁ ଆଘାତ ଲାଗିଛି ତେବେ ମୁଁ ଦୁଃଖିତ । ମୁଁ ସେମାନଙ୍କୁ କ୍ଷମା ମାଗୁଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଥାଣେରେ ମହିଳାଙ୍କ ପାଇଁ ଆୟୋଜିତ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାମଦେବ କହିଥିଲେ ଯେ, ମହିଳା ଶାଢ଼ୀରେ ଭଲ ଲାଗନ୍ତି, ସେମାନେ ସାଲୱାର ସୁଟରେ ମଧ୍ୟ ଭଲ ଲାଗନ୍ତି । ଆଉ କିଛି ନ ପିନ୍ଧିଲେ ମଧ୍ୟ ଭଲ ଲାଗନ୍ତି । ରାମଦେବଙ୍କ ଏହି ଟିପ୍ପଣୀକୁ ଖୁବ୍ ନିନ୍ଦା କରାଯାଉଛି । ଅନ୍ୟପଟେ ମହାରାଷ୍ଟ୍ର ମହିଳା ଆୟୋଗ ତାଙ୍କୁ ନୋଟିସ ମଧ୍ୟ ଜାରି କରିଛି ।

Exit mobile version