Site icon ଆଜିକାଲି

ରାମେଶ୍ବରମ କାଫେରେ ବିସ୍ଫୋରଣ, ଚାରି ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଲୋକପ୍ରିୟ କାଫେରେ ଶୁକ୍ରବାର ଅପରାହ୍ନରେ ବିସ୍ଫୋରଣ ଘଟି ଚାରି ଜଣ ଆହତ ହୋଇଛନ୍ତି। ସହରର ହ୍ବାଇଟଫିଲ୍ଡ ଅଞ୍ଚଳରେ ଥିବା ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟିଥିଲା । ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଗ୍ରାହକ ଥିବାବେଳେ ଆଉ ତିନି ଜଣ ସେହି କାଫେର କର୍ମଚାରୀ ବୋଲି ଜଣାପଡ଼ିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ ଆମକୁ ସିଲିଣ୍ଡର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ନେଇ କଲ୍ ଆସିଥିଲା । ତେବେ ଅଗ୍ନିଶମ ଗାଡ଼ି ପହଞ୍ଚିବା ବେଳକୁ କାଫେରେ ଅଗ୍ନିକାଣ୍ଡ କି ସିଲିଣ୍ଡର ବିସ୍ଫୋରଣ ନେଇ କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନଥିଲା।

ଶୁକ୍ରବାର ଅପରାହ୍ନ ୧:୩୦ ରୁ ୨ଟା ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ସମୟରେ କାଫେରେ ଲୋକଙ୍କ ବହୁ ଭିଡ଼ ଥିଲା । ପୋଲିସ ବିସ୍ଫୋରଣର କାରଣ ସମ୍ପର୍କରେ କିଛି କହି ନାହିଁ । ଘଟଣାର ତଦନ୍ତ ଜାରି ରଖିଛି ବେଙ୍ଗାଲୁରୁ ପୋଲିସ ।

Exit mobile version