Site icon ଆଜିକାଲି

ମୁମ୍ୱାଇରେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରଣବୀର-ଦୀପିକା

ମୁମ୍ଵାଇ : ପୁଣି ଥରେ ଚର୍ଚ୍ଚାରେ ଦୀପଭୀର। ବଲିଉଡର ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇରେ ନିଜର ଏକ ନୂଆ ଫ୍ଲାଟ କିଣିଛନ୍ତି। ଖୁବ୍ ଶୀଘ୍ର ସେମାନେ ସେମାନଙ୍କ ନୂଆ ଘରକୁ ଶିଫ୍ଟ ହେବେ। ବର୍ତ୍ତମାନ ଏହି ନୂଆ ଘରର ଏକ ଭିଡିଓ ମଧ୍ୟ ରଣବୀର ଓ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି।

ଭିଡିଓରୁ ଜଣାପଡୁଛି ଯେ ଫ୍ଲାଟଟି ଅତ୍ୟନ୍ତ ବିଳାସପୂର୍ଣ୍ଣ ଅଟେ। ଏହି ବିଲ୍ଡିଂ ଏବେ ନିର୍ମାଣଧୀନ ରହିଛି। ବିଲ୍ଡିଂର ମେନ ଗେଟରେ ଏକ ଏଲ୍‌ଇଡି ଟିଭି ଲଗାଯାଇଛି। ଏଥିରେ ଲଗାତାର ଦେଖାଯାଉଛି ଯେ ଘରଟି ନିର୍ମାଣ ପରେ କେମିତି ଲାଗିବ। ଫଳରେ ଦୀପଭୀର ଏବେ ବଲିଉଡର କିଙ୍ଗଖାନ୍ ଶାହରୁଖ ଏବଂ ଭାଇଜାନ ଅର୍ଥାତ୍ ସଲମାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି।

Exit mobile version