Site icon ଆଜିକାଲି

ରଣଜୀ ଟ୍ରଫି : ଓଡ଼ିଶା ୪୫୭ ରନରେ ଅଲଆଉଟ୍, ବରୋଦା ୭୭/୦

ଭୁବନେଶ୍ୱର : ବରୋଦା ବିପକ୍ଷ ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା ପ୍ରଥମ ଇନିଂସରେ ୪୫୭ ରନ କରି ଅଲ ଆଉଟ୍ ହୋଇଯାଇଛି। ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚର ଆଜି ଦ୍ୱିତୀୟ ଦିନରେ ଓଡ଼ିଶା ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୫ ଉଇକେଟରେ ୨୧୪ ରନରୁ ଖେଳିବା ଆରମ୍ଭ କରିଥିଲା ।

ଆଜି ମଧ୍ୟ ଓ ନିମ୍ନ କ୍ରମ ବ୍ୟାଟରଙ୍କ ଦୃଢ଼ ବ୍ୟାଟିଂ ଯୋଗୁଁ ଓଡ଼ିଶା ୪୫୦ରୁ ଅଧିକ ସ୍କୋର କରିପାରିଥିଲା । ଓଡ଼ିଶା ପକ୍ଷରୁ ଆଜି ଡି. ପ୍ରଧାନ ସର୍ବାଧିକ ୮୯ ରନ କରିଥିବା ବେଳେ ଏସ. ନାୟକ ୮୨ ରନ କରିଥିଲେ ।ଏ. ରାଉତ ୭୦ ଓ ରାଜେଶ ଧୂପର ୩୯ ରନ କରିଥିଲେ। ବରୋଦା ପକ୍ଷରୁ ଏନ. ରଥଭା ସର୍ବାଧିକ ୫ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ବରୋଦା କୋୖଣସି ଉଇକେଟ ନ ହରାଇ ୭୭ ରନ କରିଛି ।

Exit mobile version