Site icon ଆଜିକାଲି

‘ଫୋବସ୍’ ତାଲିକାରେ କ୍ଷମତାଶାଳୀ ମହିଳା ଭାବେ ସ୍ଥାନ ପାଇଲେ ନିର୍ମଳା ସୀତାରମଣଙ୍କ ସମେତ ୩ ଭାରତୀୟ ମହିଳା

ନୂଆଦିଲ୍ଲୀ: ଚଳିତ ବର୍ଷର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୪ ଭାରତୀୟଙ୍କୁ ସ୍ଥାନ ଦେଲେ ଫୋର୍ବ୍ସ ପତ୍ରିକା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏଚ୍‌ସିଏଲ୍ ଟେକ୍ନୋଲୋଜୀର ଚେୟାରପର୍ସନ ରୋଶନୀ ନାଦାର ମଲହୋତ୍ରା, ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆ ଚେୟାରପର୍ଶନ ସୋମା ମଣ୍ଡଳ ଏବଂ ବାୟୋକନ ଚେୟାରପର୍ଶ କିରଣ ମଜମୁଦାରଙ୍କୁ ଫୋର୍ବ୍ସର ସବୁଠାରୁ ପ୍ରଭାବଶାଳୀ ମହିଳା ୨୦୨୩ ତାଲିକାରେ ସ୍ଥାନ ଦେଇଛି।

ଫୋର୍ବ୍ସର ଏହି ତାଲିକାରେ ନିର୍ମଳା ସୀତାରମଣ ୩୨ ତମ ସ୍ଥାନରେ ଥିବା ବେଳେ ରୋଶନୀ ନାଦାର ୬୦ ତମ ସ୍ଥାନରେ ଅଛନ୍ତି। ସେହିପରି ସୋମା ମଣ୍ଡଳ ବିଶ୍ୱର ସବୁଠାରୁ ଶକ୍ତି ଶାଳୀ ମହିଳାଙ୍କ ତାଲିକାରେ ୭୦ ତମ ସ୍ଥାନରେ ଅଛନ୍ତି। ୬୦ ବର୍ଷୀୟା ସୋମା ଭାରତୀୟ ଷ୍ଟିଲ୍ ପ୍ରାଧିକରଣ ପ୍ରଥମ ମହିଳା କାର୍ଯ୍ୟକାରିଣୀ ନିର୍ଦ୍ଦେଶକ ଓ ଚେୟାରପର୍ସନ ଅଛନ୍ତି।

ଓଡ଼ିଶାର ଭୁବନେଶ୍ୱରରେ ବଢ଼ିଥିବା ସୋମା ରାଉରକେଲା ଏନ୍‌ଆଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ପାସ୍ କରିଛନ୍ତି। ମେଟାଲ ଇଣ୍ଡଷ୍ଟ୍ରୀରେ ତାଙ୍କର ଦଶନ୍ଧୀରୁ ଅଧିକ ଅଭିଜ୍ଞତା ରହିଛି। ସେହିପରି ବାୟୋକନ ଚେୟାରପର୍ସନ ୭୦ ବର୍ଷୀୟ କିରଣ ମଜମୁଦାର ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୭୬ ତମ ସ୍ଥାନରେ ରହିଛନ୍ତି। ବାୟୋଟେକ୍ନୋଲୋଜୀରେ କିରଣଙ୍କର ଦଶନ୍ଧୀ ଧରି ଅଭିଜ୍ଞତା ରହିଛି। ୧୯୭୮ ମସିହାରେ ସେ ଭାରତର ଏକ ଗ୍ୟାରେଜ୍‌ରୁ ନିଜର ବାୟୋଟେକ ଯାତ୍ରା ଆରମ୍ଭ କରିଥିଲେ।

Exit mobile version