Site icon ଆଜିକାଲି

ରାପ୍ ଗାୟକ ବାଦଶାହ ତାଙ୍କ ଗୀତ ‘ସନକ୍’ ପାଇଁ କ୍ଷମା ମାଗିଛନ୍ତି।

ନୂଆଦିଲ୍ଲୀ : ରାପ୍ ଗାୟକ ବାଦଶାହ ତାଙ୍କ ଗୀତ ‘ସନକ୍’ ପାଇଁ କ୍ଷମା ମାଗିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ ସେ ଜାଣିଶୁଣି କାହାକୁ ଆଘାତ କରିବାକୁ ଭାବିପାରିବେ ନାହିଁ।

ତାଙ୍କର ଏହି ଗୀତକୁ ନେଇ ବିବାଦ ବଢ଼ିଥିଲା। ବାଦଶାହ କହିଛନ୍ତି ଯେ ସେ ତାଙ୍କ ଗୀତ ପ୍ରତି ସର୍ବଦା ସମ୍ବେଦନଶୀଳ ହେବାକୁ ଚେଷ୍ଟା କରନ୍ତି। ଗୀତ ‘ସନକ୍’ ମାସକ ତଳେ ମୁକ୍ତିଲାଭ କରିଥିଲା । ବାଦଶାହଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତର ୨୨ ମିଲିୟନରୁ ଅଧିକ ଭ୍ୟୁ ରହିଛି।

FacebookTwitterLinkedinWhatsapp
Exit mobile version