Site icon ଆଜିକାଲି

ବିଗ୍ ବସ୍ ସିଜିନ୍-୧୬ ଟ୍ରଫି ଜିତିଲେ ରେପର ଏମସି ଷ୍ଟାନ

ମୁମ୍ବାଇ : ବହୁ ଚର୍ଚ୍ଚିତ ଟେଲିଭିଜନ ସୋ’ ବିଗ୍ ବସ୍ ସିଜିନ୍-୧୬ର ବିଜେତା ହେଲେ ରେପର ଏମସି ଷ୍ଟାନ । ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏମସି ଷ୍ଟାନ ଏଥର ବିଗ୍ ବସର ୱିନର୍ ହୋଇପାରିଛନ୍ତି । କଡ଼ା ମୁକାବିଲା ଭିତରେ ବାଜି ମାରିନେଲେ ଏମସି । ରବିବାର ସୋ’ର ଗ୍ରାଣ୍ଡ ଫିନାଲେରେ ତାଙ୍କୁ ବିଜେତା ଭାବେ ଘୋଷଣା କଲେ ହୋଷ୍ଟ ତଥା ଅଭିନେତା ସଲମାନ ଖାନ ।

ବିଗ୍ ବସ୍ ସିଜିନ୍-୧୬ର ୧୯ ସପ୍ତାହର ଖେଳ ପରେ ରବିବାର ସନ୍ଧ୍ୟାରେ ଗ୍ରାଣ୍ଡଫାଇନାଲ ସମୟରେ ଟପ-୫ ପ୍ରତିଯୋଗୀ ରହିଥିଲେ। ଘରୁ ପ୍ରଥମେ ଶାଲୀନ ଭନୋଟ ବାହାରିଥିଲେ, ଯିଏ କି ପଞ୍ଚମ ସ୍ଥାନରେ ରହିଥିଲେ। ଏହାପରେ ପାଳି ଆସିଲା ଅର୍ଚ୍ଚନାଙ୍କର । ଅର୍ଚ୍ଚନା ଗୌତମ ଚତୁର୍ଥ ସ୍ଥାନରେ ରହିଥିଲେ। ପରେ ପ୍ରିୟଙ୍କା ଚୌଧୁରୀ ଘରୁ ବାହାରିଥିଲେ । ଏହା ଦେଖି ସମସ୍ତେ ଚକ୍କୀତ ହୋଇଯାଇଥିଲେ । ସମସ୍ତଙ୍କ ଆଶା ପ୍ରିୟଙ୍କା ଉପରେ ଥିବାବେଳେ ସେ ଘରୁ ତୃତୀୟ ସ୍ଥାନରେ ରହି ବାହାରିଥିଲେ । ଶେଷରେ ଏମସି ଷ୍ଟାନ ଏବଂ ଶିବ ଠାକରେଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ବାଜି ମାରିନେଇଥିଲେ ଏମସି ଷ୍ଟାନ। ବିଗ ବସ ହୋଷ୍ଟ ସଲମାନ ଖାଁ ତାଙ୍କୁ ବିଜୟୀ ଘୋଷଣା କରିଥିଲେ। ବିଜେତାଙ୍କୁ ଟ୍ରଫି ସହିତ ଏକ ହୁଣ୍ଡାଇ କାର ଓ ୩୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି ।

Exit mobile version