Site icon ଆଜିକାଲି

ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। କ୍ୟାପଟେନ୍‌ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ତୃତୀୟ ଖେଳାଳି ଭାବେ ସେ ଟି୨୦ରୁ ଅବସର ନେଇଛନ୍ତି। ଆଜି ସେ ଏନେଇ ସୋଶାଲ୍‌ ମିଡ଼ିଆରେ ଘୋଷଣା କରିଛନ୍ତି।

ସୋଶାଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେ ଲେଖିଛନ୍ତି, ଟି୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଥିଲା। ଯାହା ଆଜି ପୂରଣ ହୋଇଛି ବୋଲି ସେ ଲେଖିଛନ୍ତି।

ଜାଡେଜା ୨୦୦୯ରେ ଅନ୍ତର୍ଜାତୀୟ ଟି୨୦ ରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କର ପ୍ରଥମ ମୁକାବିଲା ଖେଳିଥିଲେ। ପ୍ରଥମ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ ବ୍ୟୟ କରିଥିବା ବେଳେ କୌଣସି ୱିକେଟ୍ ପାଇ ନଥିଲେ। ସେହିପରି ବ୍ୟାଟିଂ କରି ୭ ବଲରେ ୫ ରନ୍ ସ୍କୋର କରିଥିଲେ।

ଶନିବାର ଟି୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ବ୍ୟାଟିଂ କରି ଜାଡେଜା ଦୁଇ ରନ୍ ସ୍କୋର କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ବ୍ୟୟରେ କୌଣସି ୱିକେଟ୍ ପାଇନଥିଲେ। ଜାଡେଜା ଭାରତ ପାଇଁ ୭୪ଟି ଟି-ଟ୍ୱେଣ୍ଟି ଖେଳି ୫୧୫ ରନ୍ ସଂଗ୍ରହ, ନେଇଛନ୍ତି ୫୪ ୱିକେଟ୍ ପାଇଛନ୍ତି।

Exit mobile version