Site icon ଆଜିକାଲି

ମୃଦୁ ଭୂ-କମ୍ପରେ ଥରିଲା ରଜୋରୀ, ତିବ୍ରତା ୩.୬ ରେକର୍ଡ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ମୃଦୁ ଭୂ-କମ୍ପ । ରଜୋରୀ ଜିଲ୍ଲାରେ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲର ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ ଗୁରୁବାର ଭୋର ପ୍ରାୟ ୩ଟା ୪୯ ମିନଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ରଜୋରୀ ଠାରୁ ୧୦କିଲୋମିଟର ଗଭୀରତାରେ ରହିଛି । ଜାମ୍ମୁ-କାଶ୍ମୀର ୧୩ଟି ସ୍ଥାନରେ ଝଟକା ଲାଗିଛି । ଭୂମିକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ହେଲେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।

Exit mobile version