Site icon ଆଜିକାଲି

ଆଜିଠୁ ଆର୍‌ବିଆଇର ଏମ୍‌ପିସି ବୈଠକ, ଅପରିବର୍ତ୍ତିତ ରହିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ : ଆଜିଠୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା (ଏମ୍‌ପିସି) ବୈଠକ। ଏହା ଅକ୍ଟୋବର ୭ରୁ ୯ ଯାଏ ଚାଲିବ । ଏହି ବୈଠକ ଉପରେ ବଜାରର ନଜର ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ଆର୍‌ବିଆଇ ଏମ୍‌ପିସି ବୈଠକ ଏହାର ନିଷ୍ପତ୍ତି ୯ ତାରିଖରେ ଘୋଷଣା କରିବ । ଏଥର ମଧ୍ୟ ଆର୍‌ବିଆଇ ଏହାର ସୁଧହାର ପରିବର୍ତ୍ତନ ନ କରିପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି । ମୁଦ୍ରାସ୍ଫୀତି, ମଧ୍ୟ ପ୍ରାଚ୍ୟ ସମସ୍ୟା ଏବଂ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁ ବଜାର ଉପରେ ରହିଥିବା ପ୍ରଭାବ ଭଳି ଦିଗ ଗୁଡିକ ଉପରେ ଆର୍‌ବିଆଇ ଧ୍ୟାନ ଦେବ ।

ସେହିଭଳି କର୍ପୋରେଟର ଲାଭ, ଯୁଦ୍ଧ ସ୍ଥିତି,ଆମେରିକାର ମୁଦ୍ରାସ୍ଫୀତି ଡାଟା ଭଳି ଦିଗ ଗୁଡିକ ଉପରେ କେନ୍ଦ୍ରୀୟ ବ୍ୟାଙ୍କ କଡା ନଜର ରଖିବ ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଏଭଳି ଦିଗ ଗୁଡିକ ଦେଶର ପୁଞ୍ଜି ବଜାରର ସ୍ଥିତି ନିର୍ଦ୍ଧାରଣ କରିବ । ହରିଆଣା ଏବଂ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି ଅକ୍ଟୋବର ୮ରେ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏବେ ଭାରତୀୟ ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି । ସପ୍ତାହରେ ଭାରତୀୟ ପୁଞ୍ଜି ବଜାର ୪.୫% ହ୍ରାସ ହୋଇଛି । ଯୁଦ୍ଧ ସ୍ଥିତି ଯୋଗୁ ତେଲ ଦର ବୃଦ୍ଧି ହେଲେ ଏହା ବଜାର ଲାଗି ଚିନ୍ତାରକାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।

Exit mobile version