Site icon ଆଜିକାଲି

ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାପମାତ୍ରା ; ୫୨.୩ ଡିଗ୍ରୀ ରେକର୍ଡ

ନୂଆଦିଲ୍ଲୀ : ତାପମାତ୍ରାରେ ସର୍ବକାଳୀନ ରେକର୍ଡ କଲା ରାଜଧାନୀ ଦିଲ୍ଲୀ। ବୁଧବାର ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି।

ବୁଧବାର ରାଜଧାନୀର ମୁଙ୍ଗେଶପୁର ଅଞ୍ଚଳ ସବୁଠାରୁ ଉତ୍ତପ୍ତ ଥିଲା। ଏଠାରେ ୫୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ମଙ୍ଗଳବାର ମୁଙ୍ଗେଶପୁରରେ ୪୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ବୁଧବାର (ମେ ୨୯) ରେ ପାଣିପାଗ ବିଭାଗ ପୂର୍ବରୁ ଅସହ୍ୟ ଗରମ ଓ ଲୁ ପାଇଁ ଲାଲ୍ ଆଲର୍ଟ ଜାରି କରିଥିଲା।

Exit mobile version