Site icon ଆଜିକାଲି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ

ମୁମ୍ବାଇ: ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ୨୦ କୋଟି ଟଙ୍କା‌ ଦେବାକୁ ଦାବି କରିଛି । ଏହି ଟଙ୍କା ନ ଦେଲେ ମୁକେଶ ଅମ୍ବାନୀଙ୍କୁ ଗୁଳିକରି ହତ୍ୟା କରାଯିବ ବୋଲିି ଏଥିରେ କୁହାଯାଇଛି । ଅମ୍ବାନୀଙ୍କୁ ଶୁକ୍ରବାର ରାତି ୮:୫୧ରେ ଏହି ଇମେଲ୍ ମିଳିଥିଲା |

ଏହି ମାମଲାରେ ମୁମ୍ବାଇର ଗାମଦେବୀ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Exit mobile version