Site icon ଆଜିକାଲି

୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡରେ ରିଲାଏନ୍ସ ଜିଓ ଏକ ନମ୍ବର

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍ ଲୋଡ୍ ଓ ଅପ୍ ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍ ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍ ରେ ପହଂଚିଛି । ଗତ ସେପ୍େଟମ୍ବର ମାସରେ କଂପାନିର ୪ଜି ଡାଉନ୍ ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।

୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍ ର ହାରାହାରି ୪ଜି ଡାଉନ୍ ଲୋଡ୍ ସ୍ପିଡ୍ ୧୫ ଏମ୍ ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍ ଲୋଡ୍ ସ୍ପିଡ୍ ୧୪.୫ ଏମ୍ ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍ ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।

୪ଜି ଅପ୍‌ଲୋଡ୍ ସ୍ପିଡ୍ ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି । ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍ ର ହାରାହାରି ୪ଜି ଅପ୍ ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଏୟାରଟେଲ୍ ର ହାରାହାରି ୪ଜି ଅପ୍ ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।

Exit mobile version