Site icon ଆଜିକାଲି

‘ସୁପର୍ଣ୍ଣଖା’ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମାନହାନି କେସ୍ କରିବେ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ପାଇଁ ଅପରାଧିକ ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ କଂଗ୍ରେସ ମୋଦୀ ସରକାର ଉପରେ ଆକ୍ରମଣ ଜୋରଦାର କରିଛି । ଏବେ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣୁକା ଚୌଧୁରୀ ‘ସୁପର୍ଣ୍ଣଖା’ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ ବୋଲି କହିଛନ୍ତି। ୨୦୧୮ରେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ରେଣୁକା ଚୌଧୁରୀଙ୍କ ହସକୁ ପରିହାସ କରି ତାଙ୍କୁ ପରୋକ୍ଷରେ ରାମାୟଣର ଚରିତ୍ର ସୁପର୍ଣ୍ଣଖା ସହିତ ତୁଳନା କରିଥିଲେ।

ରେଣୁକା ଚୌଧୁରୀ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇସାରା କରି ତାଙ୍କୁ ସ୍ତରହୀନ ବୋଲି କହିଛନ୍ତି । ରେଣୁକା କହିଛନ୍ତି, ସେ ମୋତେ ଗୃହରେ ସୁପର୍ଣ୍ଣଖା ବୋଲି କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବେ। ଏବେ ଦେଖିବା ଏହି ଫାଷ୍ଟ କୋର୍ଟ ଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି |

Exit mobile version