Site icon ଆଜିକାଲି

ସାଲଭାଡରରେ ଫୁଟବଲ ମ୍ୟାଚ୍‌ ବେଳେ ଅଘଟଣ : ଦଳାଚକଟାରେ ୧୨ ମୃତ, ୫୦୦ରୁ ଅଧିକ ଆହତ

କୁସ୍କାଟଲାନ : ସାନ ସାଲଭାଡର ମନୁମେଣ୍ଟାଲ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍‌ ବେଳେ ଦଳାଚକଟା ହୋଇଛି। ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଶହରୁ ଅଧିକ ଆହତ ହୋଇଛନ୍ତି। ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ରାଜଧାନୀ ସାନ ସାଲଭାଡରର ଉତ୍ତର-ପୂର୍ବରେ ପ୍ରାୟ ୨୫ ମାଇଲ ଦୂର କୁସ୍କାଟଲାନ ସ୍ଥିତ ମନୁମେଣ୍ଟାଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରିମିୟର ଡିଭିଜନ କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଏହି ଅଘଟଣ ଘଟିଛି।

ଆଲିଆଞ୍ଜ ଫୁଟବଲ କ୍ଲବ ଓ ଏଫଏଏସ୍ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେଉଥିବା ବେଳେ ଅଚାନକ ଖେଳ ବନ୍ଦ କରି ଦିଆଯାଇଥିଲା। ଫଳରେ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା। କୁହାଯାଉଛି ଷ୍ଟାଡିୟମର କ୍ଷମତା ୪୪ ହଜାର ୮୩୬ ଥିଲା। ହେଲେ ଅନେକ ସଂଖ୍ୟାରେ ଲୋକେ ଷ୍ଟାଡିୟମକୁ ପ୍ରବେଶ କରିଯାଇଥିଲେ। ଦର୍ଶକଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ସେମାନେ ଷ୍ଟାଡିୟମରେ ଉତ୍ପାତ କରିଥିଲେ। ଲୋକେ ଖେଳ ବେଳେ ବିଭ୍ରାଟ କରିବାରୁ ମ୍ୟାଚ୍‌ ଆରମ୍ଭ ହେବାର ମାତ୍ରା ୧୬ ମିନିଟ୍‌ ପରେ ଖେଳ ସସପେଣ୍ଡ କରିଦିଆଯାଇଥିଲା। ଫଳରେ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା। ନ୍ୟାସନାଲ ସିଭିଲ ପୋଲିସ ଡାଇରେକ୍ଟର ଦୁର୍ଘଟଣାରେ ଆହତ ସବୁ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି। ଏଥିରେ ଅନେକଙ୍କ ଅବସ୍ଥା ଉଦବେଗଜନକ ଥିବା ସେ କହିଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା ବଢିବାର ସେ ଆଶଙ୍କା କରିଛନ୍ତି।

Exit mobile version