Site icon ଆଜିକାଲି

ବିନା ସହାୟତାରେ ପାହାଚ ଚଢୁଛନ୍ତି ପନ୍ତ, ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡିଓ

ନୂଆଦିଲ୍ଲୀ : ଭାରତର ଷ୍ଟାର କ୍ରିକେଟର ତଥା ଓ୍ୱିକେଟ୍ କିପର ଋିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ନିଜର ସୁସ୍ଥତା ନେଇ ଅନେକ ସମୟରେ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରନ୍ତି । ଏମିତିକି ଭିଡିଓ ବି ସେୟାର କରନ୍ତି । ଏବେ ପୁଣିଥରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି ପନ୍ଥ । ଯେଉଁଥିରେ ଦେଖିବାକୁ ମିଳିଛି ପନ୍ଥ ବିନା ସହାୟତାରେ ପାହାଚ ଚଢୁଛନ୍ତି । ପୂର୍ବରୁ ସେ ସିଡିର ବାଢା କିନ୍ତା ଆଶା ବାଡୀ ସହାୟତାରେ ଉପରକୁ ଚଢୁଥିଲେ । ହେଲେ ଏବେ କିନ୍ତୁ ସେ ବିନା ସହାୟତାରେ ସିଡି ଚଢିଛନ୍ତି । ଏହି ଭିଡିଓ ଦେଖିବା ପରେ ପନ୍ସଙ୍କ ପ୍ରଶଂସକଙ୍କ ମହଲରେ ଖେଳିଯାଇଛି ଖୁସିର ଲହରୀ ।

ସୂଚନା ଯେ, ଗତ ଡିସେମ୍ୱର ମାସରେ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ଦୁର୍ଘଟଣାର ଭୟାବହ ଥିଲା ଯେ, ତାଙ୍କର ଗୋଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କର ଅସ୍ତ୍ରୋପଚାର ବି ହୋଇଥିଲା । ଏହା ପରଠୁ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଚାଲିବାକୁ ସେ ଅହରହ ଉଦ୍ୟମ କରୁଥିଲେ । ଆଶାବାଡି ଧରି ଚାଲୁଥିୁଲେ । ଏମିତିକି ସୁଇମିଂ ପୁଲ୍‌ରେ ସେ ଚାଲୁଥିବାର ଭିଡିଓ ବି ସେୟାର କରିଥିଲେ ।

Exit mobile version