Site icon ଆଜିକାଲି

କାର୍ ଦୁର୍ଘଟଣାରେ ରିଷଭ ପନ୍ତ ଆହତ

ନୂଆଦିଲ୍ଲୀ: କାର୍ ଦୁର୍ଘଟଣାରେ ଆହତ ହୋଇଛନ୍ତି ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ସେ ଦିଲ୍ଲୀରୁ ରୁରକି ଯାଉଥିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର ସହ ଧକ୍କା ହେବା ପରେ ପନ୍ତଙ୍କ ମର୍ସିଡିଜ୍ କାରରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ପନ୍ତଙ୍କ ଗୋଡ ଏବଂ ମୁଣ୍ଡରେ ଆଘାତ ଲାଗିଛି। ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ଦିଲ୍ଲୀ ରେଫର୍ କରାଯାଇଥିବା ଜଣାପଡ଼ିଛି ।

ଶ୍ରୀଲଙ୍କା ବିପକ୍ଷ ଆଗାମୀ ହ୍ବାଇଟ୍ ବଲ୍ ସିରିଜ ପାଇଁ ପନ୍ତଙ୍କୁ ଭାରତୀୟ ଦଳରୁ ବାଦ୍ ଦିଆଯାଇଥିଲା । ସେ ନିକଟରେ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିଥିଲେ ।

Exit mobile version