Site icon ଆଜିକାଲି

ବାବରଙ୍କୁ ଗାଦିଚ୍ୟୁତ କରି ରିଜଓ୍ବାନ୍ ହେଲେ ନମ୍ବର ଓ୍ବାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ଦୁବାଇ: ଏସିଆ କପ୍ ରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଦଳର ଅଧିନାୟକ ବାବର ଆଜମଙ୍କ ବ୍ୟାଟ୍ ଚାଲୁନି। ଫଳସ୍ବରୂପ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ବାବର ଆଜମ ଏକ ନମ୍ବର ସ୍ଥାନ ହରାଇଛନ୍ତି । ତେବେ ତାଙ୍କୁ ଶୀର୍ଷ ସ୍ଥାନରୁ ଗାଦିଚ୍ୟୁତ କରିଥିବା ଖେଳାଳି ଆଉ କେହି ନୁହନ୍ତି ବରଂ ତାଙ୍କ ସାଥୀ ଖେଳାଳି ମହମ୍ମଦ ରିଜଓ୍ବାନ୍ ।

ମହମ୍ମଦ ରିଜୱାନ୍ ସଦ୍ୟ ପ୍ରକାଶିତ ଟି-୨୦ ର଼୍ୟାଙ୍କିଙ୍ଗରେ ନିଜ କ୍ୟାପଟେନଙ୍କୁ ହଟାଇ ନୂଆ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ମହମ୍ମଦ ରିଜୱାନ ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଖେଳିଥିବା ତିନୋଟି ମ୍ୟାଚରେ ରିଜୱାନ୍ ୧୯୨ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ଭାରତ ବିପକ୍ଷ ସୁପର-୪ ମୁକାବିଲାରେ ମ୍ୟାଚ୍ ବିଜୟୀ ୭୧ ରନ୍ ରହିଛି । ଏସିଆ କପରେ ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତ ଠାରୁ ହାରି ଯାଇଥିଲା ।

କିନ୍ତୁ ଏହା ପରେ ପାକିସ୍ତାନ ହଂକଂକୁ ପରାସ୍ତ କରିଥିଲା ​​ଏବଂ ଏହି ମ୍ୟାଚରେ ରିଜୱାନ୍ ଅପରାଜିତ ୭୮ ରନ୍ କରିଥିଲେ। ଟି-୨୦ ର଼୍ୟାଙ୍କିଙ୍ଗରେ କେବଳ ତିନିଜଣ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବାବର ଏବଂ ରିଜୱାନଙ୍କ ବ୍ୟତୀତ କେବଳ ମିସବା ଉଲ ହକ ଏକ ନମ୍ବର ମାନ୍ୟତାରେ ପହଞ୍ଚିଛନ୍ତି। ସଦ୍ୟତମ ଆଇସିସିର ଟି-୨୦ ର଼୍ୟାଙ୍କିଙ୍ଗର ଟପ୍-୧୦ରେ ଭାରତରେ କେବଳ ଜଣେ ଖେଳାଳି ସୂର୍ଯ୍ୟକୁମାର ଯାଦବ ଅଛନ୍ତି । ସେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

Exit mobile version