Site icon ଆଜିକାଲି

୨୦୨୪ ଓସ୍କାର ପୁରସ୍କାର ଘୋଷିତ : ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନି ଜୁନିୟରଙ୍କୁ ଓସ୍କାର ଆୱାର୍ଡ

ନୂଆଦିଲ୍ଲୀ : ୨୦୨୪ ଲାଗି ଓସ୍କାର ପୁରସ୍କାର ଘୋଷିତ। ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କାର ଲାଭ କରିଛନ୍ତି ରବର୍ଟ ଡାଉନି ଜୁନିଅର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।

ଦି ଜୋନ ଅଫ ଇଣ୍ଟେରେଷ୍ଟ ପାଇଛି ଶ୍ରେଷ୍ଠ ଇଣ୍ଟରନ୍ଯାସନାଲ ଫିଲ୍ମ ଓସ୍କାର। ପୁଅର୍ ଥିଙ୍ଗସ ଲାଭ କରିଛି ବେଷ୍ଟ କଷ୍ଟୁୟମ ଡିଜାଇନ। ସେହିପରି ଏହି ଫିଲ୍ମକୁ ବି ମିଳିଛି ବେଷ୍ଟ ପ୍ରଡକ୍ସନ ଡିଜାଇନ ପୁରସ୍କାର। ପୁଅର୍ ଥିଙ୍ଗସକୁ ବି ମିଳିଛି ବେଷ୍ଟ ହେୟାର ଆଣ୍ଡ ମେକଅପ ପୁରସ୍କାର। ଆମେରିକାନ ଫିକ୍ସନକୁ ମିଳିଛି ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ ପୁରସ୍କାର। ଆନାଟୋମି ଅଫ ଏ ଫଲକୁ ମିଳିଛି ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ପୁରସ୍କରା। ଦି ବୟ ଆଣ୍ଡ ଦି ହିରୋନକୁ ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ୱାର ଇଜ ଓଭର।

FacebookTwitterLinkedinWhatsapp
Exit mobile version